ନ୍ୟୁଜ ଡେସ୍କ: ସରକାରଙ୍କ ଏସମା ସତ୍ୱେ ୧୦ଦଫା ଦାବିରେ ଅଟଳ ନର୍ସିଂ କର୍ମଚାରୀ ସଂଘ। ଆଜିଠାରୁ ଓଟି, ଆଇସିୟୁ ଓ କାଜୁଆଲଟି ସେବା ବନ୍ଦ ପାଇଁ ଚେତାବନୀ ଦିଆଯାଇଛି।
ସରକାରଙ୍କ ଏସମା ସତ୍ୱେ ଆନ୍ଦୋଳନ କରିବା ସହ ଦୁଇ ଦିନ ହେବ ଜରୁରୀ ସେବାକୁ ବାଦ ଦେଇ ଓପିଡ଼ି ଏବଂ ୱାର୍ଡ ସେବାକୁ ସଂଘ ପକ୍ଷରୁ ବନ୍ଦ କରାଯାଇଛି।ଆଜି ରାଜ୍ୟ ସରକାର ନର୍ସିଂ କର୍ମଚାରୀମାନଙ୍କ ଦାବି ପୂରଣ ଓ ସମାଧାନ ପାଇଁ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ନର୍ସିଂ କର୍ମଚାରୀ ସଂଘ (ଓଏନଇଏ) ର ଦାବି ଉପରେ ଆଜି ଆଲୋଚନା କରାଯାଇଥିଲା ।
ସରକାର ପରିସ୍ଥିତିର ଅନୁଧ୍ୟାନ କରି ସଂଘ ଦ୍ୱାରା ଉଠାଯାଇଥିବା ବିଭିନ୍ନ ଦାବି ଉପରେ ବିଚାରବିମର୍ଶ କରିବା ପାଇଁ ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଆନ୍ଦୋଳନକାରୀ ନର୍ସିଂ ଅଫିସରମାନେ ଆନ୍ଦୋଳନ ପଥରୁ ଓହରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ସରକାର ପରାମର୍ଶ ଦେଇଥିବା ସୂଚନା ରହିଛି |
