ନ୍ୟୁଜ ଡେକ୍ସ: ଭିଜିଲାନ୍ସ ପଞ୍ଝାରେ ନୂଆପଡ଼ା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ(ଆର ଆଣ୍ଡ ବି) ଜେଇ । ଆୟର ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜେଇ ସୁଶାନ୍ତ କୁମାର ସେଠୀଙ୍କ ଅଫିସ୍ ସମେତ ୮ଟି ସ୍ଥାନରେ ଦୁର୍ନୀତି ନିବାରଣ ବିଭାଗ ରେଡ୍ ମାରିଛି । ଏହି ଚଢ଼ାଉରେ ୭ଜଣ ଡିଏସପିଙ୍କ ନେତୃତ୍ୱରେ ୩ଜଣ ଇନ୍ସପେକ୍ଟର ଓ ୧୦ଜଣ ଏଏସଆଇ ସମେତ ଅନ୍ୟ କର୍ମଚାରୀ ସାମିଲ ରହିଛନ୍ତି ।
ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଚଢ଼ାଉ ସୁଶାନ୍ତ କୁମାର ସେଠୀଙ୍କ ଆବଶ୍ୟକ ଆୟ ଅପେକ୍ଷା ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗ ଉପରେ ହୋଇଛି । ଏହି ସମ୍ପତ୍ତିଗୁଡ଼ିକ ମଧ୍ୟରେ ତିନି ମହଲା ବିଶିଷ୍ଟ ବିଲଡିଂ, ନିର୍ମାଣାଧୀନ ଘର, ଫାର୍ମହାଉସ ଏବଂ ପରିବାର ଓ ସମ୍ପର୍କୀୟଙ୍କ ନାମରେ ଥିବା ସମ୍ପତ୍ତି ଅନ୍ତର୍ଭୁକ୍ତ । ଶୁକ୍ରବାର ସକାଳୁ ଭୁବନେଶ୍ୱର ଲିଙ୍ଗିପୁର ଗଂଗୋତ୍ରୀ ନଗର ପ୍ଲଟ୍ ନଂ ୧୦ରେ ଅବସ୍ଥିତ ତିନି ମହଲା ଘର, ପ୍ଲଟ୍ ନଂ ୧୦/୩୯୨୦ରେ ନିର୍ମାଣାଧୀନ ଘର, ପୁରୀ ଜିଲ୍ଲା ପିପିଲି ଥାନା ବିଲିପଡ଼ା ସ୍ଥିତ ପ୍ଲଟ୍ ନଂ ୬୪୯ରେ ଏକ ଫାର୍ମ ହାଉସ, ଭୁବନେଶ୍ୱର ବ୍ରିଟ୍ କଲୋନୀ ବ୍ରହ୍ମେଶ୍ୱରପାଟଣାର ଏକ ସମ୍ପର୍କୀୟଙ୍କ ଘର, ନୂଆପଡ଼ା ସ୍ଥିତ ଅଫିସ ଓ ସରକାରୀ ବାସଭବନ, ଭୁବନେଶ୍ୱର କେଦାର ଲେନରେ ପ୍ଲଟ୍ ନଂ ୬୨୩ରେ ଜେଇଙ୍କ ସହଯୋଗୀ ଓ ଭୁବନେଶ୍ୱର ପୁରୁଣା ସହର ଗ୍ୟାରେଜ ଛକ ପ୍ଲଟ୍ ନଂ ୮୬୬ରେ ଅନ୍ୟ ଜଣେ ସହଯୋଗୀଙ୍କ ଘର ଭଳି ୮ଟି ସ୍ଥାନରେ ଏକକାଳୀନ ରେଡ୍ ହୋଇଛି ।
ଏହି ଚଢ଼ାଉରେ ୭ଜଣ ଡିଏସପିଙ୍କ ନେତୃତ୍ୱରେ ୩ଜଣ ଇନ୍ସପେକ୍ଟର ଓ ୧୦ଜଣ ଏଏସଆଇ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ଏବେ ସର୍ଚ୍ଚ ଜାରି ରହିଛି ଓ ସମ୍ପତ୍ତିର ଆକଳନ ହୋଇନାହିଁ । ଆଗକୁ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ଟିମ୍ ପକ୍ଷରୁ ସୂଚନା ଦେଇଛନ୍ତି ।

