ନ୍ୟୁଜ ଡେକ୍ସ: ରାଜ୍ୟ କ୍ୟାବିନେଟରେ ୫ ପ୍ରସ୍ତାବ ଉପରେ ବୁଧବାର ବାଜିଛି ମୋହର । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଲୋକସେବା ଭବନରେ ଆଜି ସନ୍ଧ୍ୟାରେ ଆୟୋଜିତ ଏହି ବୈଠକରେ ଓଡ଼ିଶା ସିଭିଲ ସର୍ଭିସ୍(ଓଏଏସ୍ ) ପରୀକ୍ଷା ପାଇଁ ବୟସ ସୀମା ବୃଦ୍ଧି ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।
ପୂର୍ବରୁ ଏହି ପରୀକ୍ଷା ପାଇଁ ପ୍ରାର୍ଥୀମାନଙ୍କ ବୟସ ୩୨ ଥିବାବେଳେ ଏବେ ତାହା କୋହଳ କରାଯାଇ ୪୨ କରାଯାଇଛି । ପ୍ରଥମ ପ୍ରସ୍ତାବ ଭାବେ ରାଜ୍ୟରେ ଏଆଇ ମିସନ୍ ଓ ଏଆଇ ସେଲ ଲାଗୁ ହେବ। ଜୋରନ୍ଦାରେ ମହିମା ଗାଦି ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ୧୭୧ କୋଟି ଟଙ୍କାର ଟେଣ୍ଡରକୁ ମଞ୍ଜୁରୀ ଦେଇଛନ୍ତି। ୩୬ ମାସ ମଧ୍ୟ ରେ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦିଆଯାଇଛି ।ରାଜ୍ୟରେ AI କୁ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ଦିଆଯିବ। କ୍ୟାବିନେଟରେ AI ନୀତିକୁ ଅନୁମୋଦନ କରାଯାଇଛି । AI କ୍ଷେତ୍ରରେ ଷ୍ଟାଟଅପକୁ ପ୍ରୋତ୍ସାହନ ଦିଆଯିବ। ମଜବୁତ ହେବ ଓଡ଼ିଶା ଚକ୍ଷୁ ଚିକିତ୍ସା ସେବା, ଏଥିରେ ଅଧିକ ନିଯୁକ୍ତି ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।ରାଜ୍ୟରେ AI କୁ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ଦିଆଯିବ। କ୍ୟାବିନେଟରେ AI ନୀତିକୁ ଅନୁମୋଦନ କରାଯାଇଛି । AI କ୍ଷେତ୍ରରେ ଷ୍ଟାଟଅପକୁ ପ୍ରୋତ୍ସାହନ ଦିଆଯିବ। ମଜବୁତ ହେବ ଓଡ଼ିଶା ଚକ୍ଷୁ ଚିକିତ୍ସା ସେବା, ଏଥିରେ ଅଧିକ ନିଯୁକ୍ତି ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଢେଙ୍କାନାଳ ଯୋରନ୍ଦାସ୍ଥିତ ମହିମା ଗାଦିର ଉନ୍ନତିମୂଳକ କାର୍ଯ୍ୟ ଓ ଶୂନ୍ୟ ମଣ୍ଡପ ନିର୍ମାଣକୁ ଅନୁମୋଦନ ମିଳିଛି । ୩୬ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଏଥିପାଇଁ ୧୭୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୩ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।ଜଗତସିଂହପୁରରେ ଥିବା JSW ନିର୍ମାଣ କରିବ ନିଜସ୍ୱ ଜେଟି। ଏଥି ପାଇଁ ରାଜ୍ୟ ସରକାର ଓ JSW ମଧ୍ୟରେ ଚୁକ୍ତିନାମାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରାଯାଇଛି । ୩୪୫୦ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ମିଳିବ।ସେହିପରି ଓଡିଶା ଚକ୍ଷୁ ସେବା ପାଇଁ ପାଇଁ ୧୪୧ଟି ନୂଆ ପଦବୀ ସୃଷ୍ଟି ହେବ ଓ ପଦୋନ୍ନତି ଭିତରେ ୨୦୦ଟି ପଦବୀ ସୃଷ୍ଟି କରାଯାଇଛି।ଆଜିର ଏହି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

