Sun. Apr 19th, 2026

ନ୍ୟୁଜ ଡେକ୍ସ: ଓଡ଼ିଶାରେ କାୟା ମେଲାଉଛି କରୋନା । ରାଜ୍ୟରେ ଆଉ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ୮ରୁ ବୃଦ୍ଧି ପାଇ କୋଭିଡ୍ ସଂଖ୍ୟା ୧୧ରେ ପହଞ୍ଚିଛି । ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ରାଜ୍ୟରେ ୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ ଓ କଟକ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

କରୋନାରେ ପ୍ରଥମ ମୃତ୍ୟୁ ନେଇ ଅବଗତ ଅଛି ସ୍ୱାସ୍ଥ୍ୟ ବିଭାଗ । ଏହାରି ଭିତରେ ଶନିବାର ରାଜ୍ୟ ତାର ପ୍ରଥମ କରୋନା ମୃତ୍ୟୁ ରେକର୍ଡ କରିଛି । ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସହ ଗତି କରୁଥିବା ଭୁବନେଶ୍ବରର ଜଣେ ୮୫ ବର୍ଷୀୟ ବୃଦ୍ଧ ଗତ ୪ ଦିନ ତଳେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥାଏ। ଗତ କାଲି ତାଙ୍କ ବାସଭବନରେ ହିଁ ତାଙ୍କର ମୃତ୍ୟୁ ଘଟିଛି।ସେପଟେ ଦେଶରେ ବି ପୁଣି ଥରେ କରୋନା ଭାଇରସ ମାମଲା ବୃଦ୍ଧି ପାଉଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ରବିବାର ସକାଳ ୮ଟା ସୁଦ୍ଧା, ଦେଶରେ କରୋନାର ସକ୍ରିୟ ମାମଲା ୩୭୫୮ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬୩ ଜଣ ନୂତନ ରୋଗୀଙ୍କ ମଧ୍ୟରେ କରୋନା ନିଶ୍ଚିତ ହୋଇଛି, ଯେତେବେଳେ ୧୮୧୮ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave a Reply

Your email address will not be published. Required fields are marked *