Thu. Oct 23rd, 2025

ନ୍ୟୁଜ ଡେକ୍ସ: ଏଣିକି ରାଜ୍ୟର ସମସ୍ତ ପିକନିକ୍ ସ୍ପଟ୍ ହେବ ପ୍ଲାଷ୍ଟିକ ମୁକ୍ତ । ‘ବିଶ୍ୱ ପରିବେଶ ଦିବସ’ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହା କହିଛନ୍ତି ।

ଗୁରୁବାର ଓୟୁଏଟି ପରିସରରେ ବିଶ୍ୱ ପରିବେଶ ଦିବସ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥିଲେ, ‘ପ୍ଲାଷ୍ଟିକକୁ କେମିତି ପରାସ୍ତ କରିବା ତାହା ଚଳିତବର୍ଷ ଥିମ୍ ରହିଛି ।ଆମ ସରକାର ମଧ୍ୟ ଷ୍ଟେଟ୍ କ୍ଲିନ୍ ଏୟାର ପ୍ରୋଗାମ୍ ଆରମ୍ଭ କରିଛନ୍ତି । ଏହା ଜନସଂଖ୍ୟା ବହୁଳ ସହରାଞ୍ଚଳ ମାନଙ୍କରେ ବାୟୁ ପ୍ରଦୂଷଣର ମାତ୍ରା କମାଇବ ଏବଂ ବାୟୁମଣ୍ଡଳରେ ବାୟୁର ଗୁଣବତ୍ତା ବୃଦ୍ଧି ଘଟିବ । ସେଥିପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ତତ୍ପର ଅଛି ।

ଆମ ସରକାର ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ ନିଷେଧ ସହ ଏହାର ଦୀର୍ଘସ୍ଥାୟୀ ବିକଳ୍ପକୁ ପ୍ରୋତ୍ସାହନ ଏବଂ ବର୍ଜ୍ୟ ପରିଚାଳନା ପ୍ରଣାଳୀକୁ ସଶକ୍ତ କରିବା ପାଇଁ ସକ୍ରିୟ ପଦକ୍ଷେପ ନେଇଛନ୍ତି । ସମାଜରେ ପ୍ରକୃତ ପରିବର୍ତ୍ତନ ଆଣିବାକୁ ହେଲେ ଏହା ପ୍ରଥମେ ନିଜ ଓ ନିଜ ପରିବାରଠାରୁ ଆରମ୍ଭ ହେବା ଆବଶ୍ୟକ । ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନରେ ରାଜ୍ୟ ସରକାର ପ୍ରାୟ ସାଢେ 6 କୋଟି ରୁ ଉର୍ଦ୍ଧ୍ୱ ଗଛ ଲଗାଇ ଏହି ଅଭିଯାନକୁ ସଫଳ କରିଛନ୍ତି ବୋଲି ସେ କହିଥିଲେ । ସେ ପୁଣି କହିଥିଲେଯେ, ଆମ ସରକାର ଆସିବା ପରେ ଜଙ୍ଗଲ ଓ ବୃକ୍ଷ ଆବରଣରେ ପାଖାପାଖି ୫୬୦ ବର୍ଗ କିଲୋମିଟର ନେଟ୍ ବୃଦ୍ଧି ହୋଇଛି, ଯାହା ସମସ୍ତ ରାଜ୍ୟ ମଧ୍ୟରେ ଚତୁର୍ଥ ସର୍ବାଧିକ।

ଜନସାଧାରଣ ଓ ଅନୁଷ୍ଠାନ ଗୁଡିକ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ ଚାରା ରୋପଣ କରି ରେକର୍ଡ ସୃଷ୍ଟି କରିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ୧୦୭ତମ ଜାତୀୟ ଉଦ୍ୟାନର ମାନ୍ୟତା ପାଇଛି ଶିମିଳିପାଳ। ‘ଆମ ଶିମିଳିପାଳ’ ଯୋଜନା ମାଧ୍ୟମରେ ବନ୍ୟପ୍ରାଣୀ ଓ ଉଦ୍ଭିଦ ସଂରକ୍ଷଣ ଓ ସୁରକ୍ଷା ପାଇଁ ୫୦ କୋଟି ଟଙ୍କା ବ୍ୟୟ ବରାଦରେ ଏକ ନୂତନ ପ୍ରୟାସର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର।

Leave a Reply

Your email address will not be published. Required fields are marked *