Thu. Oct 23rd, 2025

ନ୍ୟୁଜ ଡେକ୍ସ: ଯୋଗାଣ ମନ୍ତ୍ରୀଙ୍କକାର୍ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବାଙ୍କୀ ମୁଖ୍ୟ ରାସ୍ତାର ବାରଙ୍ଗ ଥାନା ଷଣ୍ଢପୁର ଛକରେ ହାଇଓ୍ବା ସହ ମୁହାଁମୁହିଁ ଧକ୍କା ହୋଇଛି ମନ୍ତ୍ରୀଙ୍କ ଗାଡ଼ି ।

ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ, ବାରଙ୍ଗ ଥାନା ଷଣ୍ଢପୁର ଛକ ନିକଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତାରେ ଏକ ଟ୍ରକ୍‌ ସହ ମନ୍ତ୍ରୀଙ୍କ କାର୍ ଟି ଧକ୍କା ହେବା ପରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କାହାରି କୌଣସି କ୍ଷତି ହୋଇନଥିବା ସୂଚନା ରହିଛି । କେବଳ ଗାଡ଼ିର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି ।

ତେବେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିଜ କାରକେଡ ନେଇ ଆଠଗଡ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ, ଷଣ୍ଢପୁର ଛକ ନିକଟରେ ଏକ ରେଡି ମିକ୍ସ ଗାଡ଼ି ସହିତ ଧକ୍କା ହୋଇଛି । ଫଳରେ ମନ୍ତ୍ରୀ ଗାଡି ଡ଼ାହାଣ ପାର୍ଶ୍ୱ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଁଚି ଗାଡ଼ି ଟିକୁ ଥାନାକୁ ଆଣି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *