ନ୍ୟୁଜ ଡେକ୍ସ: ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ପଢ଼ାଯାଉଥିବା ପାଠ୍ୟପୁସ୍ତକର ଓଡ଼ିଆ ଅନୁବାଦ ହେବ । ୫୦ରୁ ଅଧିକ ଡିପ୍ଲୋମା ଓ ସାର୍ଟିଫିକେଟ୍ ପାଠ୍ୟକ୍ରମର ପୁସ୍ତକ, ୪୦୦ରୁ ଅଧିକ ସ୍ନାତକସ୍ତରର ବହି ଓ ୨୦୦ରୁ ଅଧିକ ସ୍ନାତକୋତ୍ତର ପୁସ୍ତକକୁ ଓଡ଼ିଆରେ ଅନୁବାଦ କରାଯିବ । ଏହିପରି ୬୫୦ରୁ ଅଧିକ ପୁସ୍ତକର ଅନୁବାଦ ହେବ ।
ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, “୪ ଶହରୁ ଅଧିକ ୟୂଜି ଏବଂ ୨୦୦ ପିଜି କୋର୍ସର ଛାତ୍ରଛାତ୍ରୀ ଏହାର ଲାଭ ପାଇବେ. ଏହା ସହିତ ମଧ୍ୟ ଡିପ୍ଲୋମାରେ ଥିବା ଅଧିକାଂଶ କୋର୍ସ ମଧ୍ୟ ଓଡ଼ିଆରେ ଅନୁବାଦ କରାଯିବ। ଦୁଇ ବର୍ଷ ପାଇଁ ଏହି ପ୍ରକଳ୍ପର ମୂଲ୍ୟ ଧର୍ଯ୍ୟ କରାଯାଇଛି। ଉଚ୍ଚ ଶିକ୍ଷାକୁ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ କରାଇବା ପାଇଁ ଓ ଉଚ୍ଚ ଶିକ୍ଷାକୁ ସରଳ କରିବା ପାଇଁ ଏହା ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଟେ। ଏହା ସହ କିଛି ଦିନ ପୂର୍ବେ ଏମବିଏ ପାଠ୍ୟକ୍ରମ ପାଇଁ ଓଡ଼ିଆରେ ଅନବାଦକୁ ଲୋକାର୍ପଣ କରାଯାଇଥିଲା। ଯାହାକୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହାକୁ ଲୋକାର୍ପଣ କରିଥିଲେ।
ଏହା ସହିତ ବିଶ୍ୱରେ ଯେତେ ପାଠ୍ୟକ୍ରମ ରହିଛି ସମସ୍ତ ପାଠ୍ୟକ୍ରମକୁ ଓଡ଼ିଆରେ ଅନୁବଡ କରାଯାଉ ବୋଲି କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ।” ଏହା ସହିତ ପୂର୍ବରୁ ମଧ୍ୟ ଓଡ଼ିଆରେ ପଢ଼ା ଯାଉଛି ମେଡିକାଲ ପାଠ। ଏମବିବିଏସ ପାଠ୍ୟକ୍ରମ ପାଇଁ ଉପଲବ୍ଧ ବହିକୁ ଓଡ଼ିଆରେ ଅନୁବାଦ କରାଯାଇ ପାଠ ପଢ଼ା ଯିବାର ଯୋଜନା କରାଯାଇଛି। କେଉଁ କେଉଁ ବହିରୁ ଅନୁବାଦ କରାଯିବ ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୨୨ ଜଣିଆ କମିଟି ମଧ୍ୟ ଗଠନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।
