Mon. Dec 23rd, 2024

ନ୍ୟୁଜ ଡେସ୍କ: ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଭଦ୍ରକ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ଫେରାଇବା ଲକ୍ଷ୍ୟରେ ସୋସିଆଲ୍‌ ମିଡିଆ ମନା l ଧାରା-163 ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରାଯାଇଛି ।

୩୦ ତାରିଖ ରାତି ୨ଟା ପର୍ଯ୍ୟନ୍ତ ସହରରେ ସମସ୍ତ ଇଣ୍ଟରନେଟ ସେବା ବନ୍ଦ ରଖିବାକୁ ଗୃହ ବିଭାଗ ନିର୍ଦ୍ଦେଶ ଦେଇଛି । ବର୍ତ୍ତମାନ ସୁଦ୍ଧା ହିଂସାରେ ସମ୍ପୃକ୍ତ ୯ ଜଣଙ୍କୁ ପୋଲିସ ଅଟକ ରଖିଛି । ଉପଦ୍ରବୀଙ୍କ ଉପରେ ନଜର ରଖାଯାଇଛି । କାର୍ଯ୍ୟାନୁଷ୍ଠାନ ଆଧାରରେ ଗିରଫଦାରୀ ସଂଖ୍ୟା ମଧ୍ୟ ବଢିପାରେ । ହ୍ବାଟ୍ସଆପ୍‌, ଫେସବୁକ୍‌, ଏକ୍ସ, ଇନଷ୍ଟାଗ୍ରାମ୍‌, ସ୍ନାପଚାଟ୍‌ ଆଦି ବିଭିନ୍ନ ସୋସିଆଲ ମିଡ଼ିଆ ଆପ ଚଲେଇବା ଉପରେ କଟକଣା ଲଗେଇଛି ପ୍ରଶାସନ l କେବଳ ସେତିକି ନୁହେଁ ଇଣ୍ଟରନେଟ୍‌ ଜରିଆରେ ଚାଲୁଥିବା ସବୁ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିଛି କଟକଣା l ତେବେ ସୂଚନା ମୁତାବକ, ସୋଶାଲ୍ ମିଡିଆରେ ଏକ ବିବାଦୀୟ ଫଟୋ ପୋଷ୍ଟକୁ ନେଇ ଗତକାଲି ଭଦ୍ରକରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଅଭିଯୁକ୍ତକୁ ଗିରଫ ଦାବିରେ ୫୦ରୁ ଅଧିକ ଲୋକ ଶୋଭାଯାତ୍ରା କରିଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଶୋଭାଯାତ୍ରା ନକରିବା ପାଇଁ ପୁଲିସ ପକ୍ଷରୁ କୁହାଯାଇଥିଲା। ହେଲେ ସେମାନେ ରାଜି ହୋଇନଥିଲେ। ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ଅଡି ବସିଥିଲେ। ଏହାକୁ ପୁଲିସ ଓ ଆନ୍ଦୋଳକାରୀଙ୍କ ମଧ୍ୟରେ ବଚସା ହୋଇଥିଲା।

Leave a Reply

Your email address will not be published. Required fields are marked *