Thu. Oct 23rd, 2025

ନ୍ୟୁଜ ଡେକ୍ସ: ମାଓବାଦୀ ଅଭିଯାନ କ୍ଷେତ୍ରରେ ମାଲକାନଗିରି ପୁଲିସକୁ ବଡ଼ ସଫଳତା। ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଗିରଫ। ଗିରଫ ହୋଇଥିବା ଦୁଇ ମାଓବାଦୀ ହେଉଛନ୍ତି କେସା କୱାସି ଓ ରାକେଶ ଓରଫ ସାନୁ କୁଞ୍ଜମ। ଉଭୟଙ୍କ ନିକଟରୁ ଗୋଟିଏ ପିସ୍ତଲ, ୬ ରାଉଣ୍ଡ ଗୁଳି, ଇଲେକ୍ଟ୍ରିକ୍ ଡିଟୋନେଟର୍, କୋଡେକ୍ସ ତାର, ଗନ୍ ପାଉଡର୍, ୱାକିଟକି, ବ୍ୟାଟେରୀ, ମାଓବାଦୀ ପୁସ୍ତିକା ସମେତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ଜୁନ ୧୨ ତାରିଖ ବିଳମ୍ବିତ ରାତିରେ ମାଥିଲି ଥାନା ଅଧୀନ ସୋଡିଗୁଡ଼ା ଏବଂ ତେନ୍ତୁଲିଗୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରେ କିଛି ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ସେହି ଅନୁଯାୟୀ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସମ୍ପୃକ୍ତ ଜଙ୍ଗଲରେ ଚଢ଼ାଉ ଆରମ୍ଭ ହୋଇଥିଲା। ଆଜି ଭୋର ସମୟରେ ମାଓବାଦୀମାନେ ଉକ୍ତ ଜଙ୍ଗଲରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ଚଳାଇଥିଲେ।

ଆତ୍ମରକ୍ଷା ପାଇଁ ସୁରକ୍ଷା କର୍ମୀ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ଘଟଣାସ୍ଥଳରୁ କିଛି ମାଓବାଦୀ ଖସି ପଳାଇଥିବା ବେଳେ ଦୁର୍ଦ୍ଦାନ୍ତ ମାଓବାଦୀ କେସ କାୱାସି ଓ ସାନୁ କୁଞ୍ଜମ ପୋଲିସ ହାବୁଡରେ ପଡିଯାଇଥିଲେ। ମାଓବାଦୀ କେସ କୱାସୀ ଏବଂ ସାନୁ କଞ୍ଜମ ବିଭିନ୍ନ ମାଓ ଘଟଣାରେ ସମ୍ପୃକ୍ତ ରହିଛି। କେସ କୱାସୀ ନାଁରେ କୋରାପୁଟ ଜିଲ୍ଲାର ବୈପାରୀଗୁଡା, କୁନ୍ଦ୍ରା ଥାନା, ମାଲକାନଗିରି ଜିଲ୍ଲାର ମାଥିଲି ଥାନାରେ ମାମଲାରେ ସମ୍ପୃକ୍ତି ରହିଛି।

Leave a Reply

Your email address will not be published. Required fields are marked *