Mon. Dec 23rd, 2024

ନ୍ୟୁଜ ଡେସ୍କ: ଭରତପୁର ଥାନା ଘଟଣାରେ କାଲି କ୍ରାଇମବ୍ରାଞ୍ଚ ଟିମ୍ ଗୁଜରାଟ ଯିବ। ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ ହେବ। କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ଗୁଜରାଟର ଗାନ୍ଧିନଗରକୁ ନେବେ। ପଲିଗ୍ରାଫ ଟେଷ୍ଟ ପରେ ପୁଲିସ କେତେ ସତ କହୁଛି ତାହା ପ୍ରମାଣିତ ହେବ।

ଗତ ୧୪ତାରିଖ ଦିନ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭାରତପୁର ଥାନାରେ ପୁଲିସର ଦୁର୍ବ୍ୟବହାର ଓ ନିର୍ଯାତନା ମାମଲାରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।ସୋମବାର ଦିନ ନିଲମ୍ଵିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ କରାଯିବ। ବାକି ୪ ପୋଲିସଙ୍କ ପଲିଗ୍ରାଫ ଟେଷ୍ଟ ହେବ।ଏନେଇ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସୂଚନା ଅନୁସାରେ, ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ଭରତପୁର ଥାନାରେ କାର୍ଯ୍ୟରତ ଜଣେ ଏସ୍‌ଆଇଙ୍କୁ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ତଥା ସାକ୍ଷୀ ଭାବେ ଗ୍ରହଣ କରାଯାଇଛି। ତେଣୁ ସାକ୍ଷୀ ଭାବେ ତାଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ । ଏହାଦ୍ୱାରା ମେଜର, ତାଙ୍କ ବାନ୍ଧବୀ ଅବା ପୁଲିସ କିଏ ସତ କହୁଛି ତାହା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *