Thu. Oct 23rd, 2025

ନ୍ୟୁଜ ଡେକ୍ସ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟଜନିତ ସମସ୍ୟା। ଚିକିତ୍ସା ପାଇଁ ଆସନ୍ତା ୨୨ ତାରିଖରେ ମୁମ୍ବାଇ ଯିବେ ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ। ନବୀନ ସର୍ଭିକାଲ ଆର୍ଥ୍ରାଇଟିସ୍ ରୋଗରେ ପୀଡିତ ଅଛନ୍ତି। ଏ ନେଇ ବୁଧବାର ନିଜେ ଏହାର ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ। ଜୁନ୍ ୨୨ରେ ସେ ମୁମ୍ବାଇର ପ୍ରଖ୍ୟାତ କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଇବେ ବୋଲି ସୂଚନା ରହିଛି ।

ଏନେଇ ନବୀନ ପଟ୍ଟନାୟକ ନିଜେ ସୂଚନା ଦେଇଛନ୍ତି ।ନବୀନ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ସେ ସର୍ଭାଇକାଲ ଆର୍ଥ୍ରାଇଟିସ୍‌ର ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି । ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ସେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଆ ଭାଇଭଉଣୀଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ କାମନା କରିଛନ୍ତି । ସୁସ୍ଥ ହୋଇ ଫେରିବା ପରେ ସେବା ଜାରି ରଖିବି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ନବୀନଙ୍କ ସ୍ଵାସ୍ଥ୍ୟଗତ ଖବର ସାମ୍ନାକୁ ଆସିବା ପରେ ତାଙ୍କର ପ୍ରଶଂସକ ଓ ଶୁଭେଚ୍ଛୁ ତାଙ୍କ ସୁସ୍ଥ କାମନା କରିଛନ୍ତି। ଏହା ପୂର୍ବରୁ ସରକାରରେ ଥିବା ସମୟରେ ନବୀନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ରାଜନୀତି ମହଲରେ ଅନେକ ଚର୍ଚ୍ଚା ହୋଇଥିଲା। ଏପରିକି ତାଙ୍କ ସ୍ଵାସ୍ଥ୍ୟ ସମସ୍ୟା ୨୦୨୪ ସାଧାରଣ ନିର୍ବାଚନରେ ବଡ଼ ପ୍ରସଙ୍ଗ ପାଲଟିଥିଲା।

Leave a Reply

Your email address will not be published. Required fields are marked *