ନ୍ୟୁଜ ଡେକ୍ସ: ଦୁଇ ଦିନିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବା ପାଇଁ ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ରେ ୨ ଦିନିଆ ଝାଡଖଣ୍ଡ ଗସ୍ତର କରିବେ । ମୁଖ୍ୟମନ୍ତ୍ରୀ ୩୦ ତାରିଖରେ ଝାଡ଼ଖଣ୍ଡ ପହଞ୍ଚିବା ପରେ ପଶ୍ଚିମ ସିଂହଭୂମର ଜଗନ୍ନାଥପୁର ଯିବେ।
ସେଠାରେ ପ୍ରାକ୍ ନିର୍ବାଚନୀ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୧ ତାରିଖରେ ମୁଖ୍ୟମନ୍ତ୍ରୀ ଝାଡ଼ଖଣ୍ଡର ଚାଇଁବାସାର କୋଲ୍ହାନ୍ ଯିବେ। ସେଠାରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ। ସେଠାରେ ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ। ପଶ୍ଚିମ ସିଂହଭୂମ ଓ ଚାଇଁବାସାର କୋଲରେ ସଂଖ୍ୟାଧିକ ଓଡ଼ିଆ ଭାଷାଭାଷୀ ଲୋକ ବସବାସ କରନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ସେପଟେ ଆଗକୁ ଝାଡଖଣ୍ଡ ନିର୍ବାଚନ । ମୁଖ୍ୟମନ୍ତ୍ରୀ ଗସ୍ତର କରୁଥିବା ସ୍ଥାନ ମାନଙ୍କରେ ସଂଖ୍ୟାଧିକ ଓଡିଆ ଭାଷାଭାଷୀ ଲୋକଙ୍କ ସହ ଆଦିବାସୀ ସଂପ୍ରଦାୟ ବସବାସ କରନ୍ତି । ଆଉ ସେଠି ଓଡିଆ ଭୋଟରଙ୍କ ଦବଦବା ବି ରହିଛି । ତେଣୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ବୋଧନ ବିଜେପି ପାଇଁ ବେଶ୍ ଫଳପ୍ରଦ ହୋଇପାରେ ।
ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ଯାଇ ଓଡିଆ ଲୋକମାନେ ସେଡାରେ କିପରି ଅଛନ୍ତି କିଭଳି ତାଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥା ଠିକ୍ ଭାବରେ ଯୋଗାଇ ଦିଆଯାଉଛି କି ନାହିଁ ସେନେଇ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପକ୍ଷରେ ଗତକାଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ସେ ଝାଡଖଣ୍ଡ ବିଜେପିର ସହପ୍ରଭାରୀ ଅଛନ୍ତି । ତେଣୁ ଝାଡଖଣ୍ଡ ଆଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଛୁଙ୍କ ନେଇ ବେଶ୍ ଚର୍ଚ୍ଚା ।