ନ୍ୟୁଜ ଡେକ୍ସ: ଆଜି ବିଶ୍ୱ ଅଲମ୍ପିକ୍ସ ଦିବସ । ପ୍ରତିବର୍ଷ ଜୁନ ମାସ ୨୩ ତାରିଖକୁ “ବିଶ୍ୱ ଅଲିମ୍ପିକ୍ସ ଦିବସ” ଭାବେ ପାଳନ କରାଯାଇଥାଏ । ପୃଥିବୀର ଖେଳାଳି ମାନଙ୍କୁ ଏକାଠି କରି ଗୋଟିଏ ମଂଚ ଉପରେ ଖେଳର ଆୟୋଜନ କରାଯାଇଥାଏ । ପ୍ରତି ଚାରି ବର୍ଷରେ ଥରେ ଆୟୋଜିତ ହୋଇଥାଏ ଏହି ବିଶ୍ୱସ୍ତରୀୟ ଖେଳ । ବିଶ୍ୱର ବିଭିନ୍ନ ଦେଶ ମାନଙ୍କରୁ ବିଭିନ୍ନ ବର୍ଗର ଖେଳାଳି ମାନେ ଏଥିରେ ଅଂଶଗ୍ରହଣ କରିଥାନ୍ତି ।
ଲୋକଙ୍କ ଜୀବନରେ ଖେଳ ଏବଂ ଖେଳର ମହତ୍ୱକୁ ଚିହ୍ନିତ କରିବା ଏବଂ ବୟସ, ଲିଙ୍ଗ, ବର୍ଣ୍ଣ କିମ୍ବା ଧର୍ମ ର୍ନିବିଶେଷରେ ସମଗ୍ର ପୃଥିବୀର ଲୋକଙ୍କୁ କ୍ରୀଡ଼ାରେ ଅଂଶଗ୍ରହଣ କରିବା ଲାଗି ପ୍ରୋତ୍ସାହିତ କରିବା ଅନ୍ତର୍ଜାତୀୟ ଅଲିମ୍ପିକ ଦିବସର ମୁଖ୍ୟ ଲକ୍ଷ୍ୟ। ବିଶ୍ୱରେ ପ୍ରଥମ ଅଲମ୍ପିକ ଦିବସ ୧୯୪୮ ମସିହା ଆଜିର ଦିନରେ ପାଳନ କରାଯାଇଥିଲା । ୧୮୯୪ ମସିହା ଜୁନ ୨୩ ତାରିଖରେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ଗଠନ କରାଯାଇଥିଲା । ତେବେ କହିରଖୁଛୁ ଯେ, ୧୯୪୮ ମସିହା ଜୁନ ୨୩ ତାରିଖରେ ପ୍ରଥମେ ଏହି ଦିବସ ପାଳନ ହୋଇଥିଲା ।
ସେହି ସମୟରେ ପର୍ତ୍ତୁଗାଲ , ଗ୍ରୀସ, ଅଷ୍ଟ୍ରିୟା, କାନାଡ଼ା, ସ୍ୱିଜରଲ୍ୟାଣ୍ଡ, ଗ୍ରେଟ ବ୍ରିଟେନ, ଉରୁଗୁଏ, ଭେନେଜୁଏଲା, ଓ ବେଲ୍ଜିୟମ ପରି ରାଷ୍ଟ୍ର ମାନଙ୍କରେ ହିଁ ଅଲିମ୍ପିକ ଦିବସର ଆୟୋଜନ କରୁଥିଲେ । ବିଶ୍ଵବ୍ୟାପୀ ଜାରି ରହିଥିବା କରୋନା ମହାମାରୀର ପ୍ରଭାବ ଖେଳ ଉପରେ ଗଭୀର ଭାବେ ପଡିଛି । ଏହି କାରଣରୁ ହିଁ ଜାପାନର ଟୋକିଓରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସକୁ ଗୋଟେ ବର୍ଷ ପାଇଁ ବାତିଲ କରାଯାଇଛି ।

