Thu. Oct 23rd, 2025

ନ୍ୟୁଜ ଡେକ୍ସ: ତୁଟିଲା ଯାତ୍ରା କଳି । ବର୍ଷେ ପରେ ସିଂହବାହିନୀ ମଞ୍ଚ ଚଢିବେ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ । କହିଲେ ୫ ବର୍ଷ ଡିଲ୍ କରିଛି ଯିବି କୁଆଡେ । ହେଲେ ଆସନ୍ତା ବର୍ଷରୁ ପୁଣିଥରେ ସିଂହବାହିନୀ ମଞ୍ଚରେ ମୋତେ ଦେଖିବାକୁ ପାଇବେ ଦର୍ଶକ । ସେ ଆହୁରି କହିଛନ୍ତି ଯଦି ଦର୍ଶକଙ୍କ ଭଲପାଇବା ମିଳେ ତେବେ ଏବର୍ଷ ବି ଯାତ୍ରା କରିବି । ଗଣମାଧ୍ୟମରେ ସେ କହିଛନ୍ତି ଯେ, ସେ ସ୍ବାସ୍ଥ୍ୟଗତ କାରଣରୁ ଗୋଟିଏ ବର୍ଷ ଯାତ୍ରା ଅଭିନୟରୁ ବିରତି ନେଇଛନ୍ତି।

ତେଣୁ ୨୦୨୬ ମସିହାରୁ ପୁଣି ଚୁକ୍ତି ଅନୁଯାୟୀ ଚାରି ବର୍ଷ ସିଂହବାହିନୀ ସହ କାମ କରିବେ। ୨୦୨୬ରୁ ୨୦୩୦ ପର୍ଯ୍ୟନ୍ତ ସିଂହବାହିନୀ ସହ ରହିବି । ଯଦି ମାଲିକ ସଂଘ କିଛି ନିଷ୍ପତ୍ତି ନେବେ ତାହା ଗ୍ରହଣ କରିବି ।ପୀୟୂଷ କହିଛନ୍ତି, “ଯେତେବେଳେ ମୁଁ ଅପେରା ସୂର୍ଯ୍ୟମନ୍ଦିରରେ କାର୍ଯ୍ୟରତ ଥିଲି ସେତେବେଳେ ମୋ ପାଇଁ ବିବାଦ ଉପୁଜିଥିଲା ସୂର୍ଯ୍ୟମନ୍ଦିର ଓ ସିଂହବାହିନୀ ମଧ୍ୟରେ । ଅର୍ଥ କାରବାରକୁ ନେଇ ଏହି ବିବାଦ ହୋଇଥିଲା । ଯାହାର ସମାଧାନର ବାଟ ନପାଇ ମୁଁ ବର୍ଷେ ବିଶ୍ରାମ ନେବାକୁ ଘୋଷଣା କରିଥିଲି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ବିଶ୍ରାମ ନେବି କହିଥିଲି । ଯଦି ମାଲିକମାନେ ନିଷ୍ପତ୍ତି ନିଅନ୍ତି ତାହେଲେ କାମ କରିବି କହିଥିଲି ।ସୂଚନା ଥାଉକି, ଓଡ଼ିଶା ଯାତ୍ରା ମାଲିକ ସଂଘ ପୀୟୂଷଙ୍କୁ ବର୍ଷେ ବିଶ୍ରାମ ଦେଇଥିବା ବେଳେ ପୁଣି ୫ ବର୍ଷ ପାଇଁ ନେବେ ବୋଲି ଯାତ୍ରା ସିଂହବାହିନୀର ମାଲିକ ଘୋଷଣା କରିଥିଲେ ।

ଏହାପରେ ମାଲିକ ସଂଘରେ ଜଳ ଜଳ ଫାଟ ଥିବା ଜଣାପଡିଥିଲା । ଯାତ୍ରା ସୂର୍ଯ୍ୟମନ୍ଦିରର ମାଲିକଙ୍କ ଧମକ ଦେଇ କହିଥିଲେ ଯଦି ପୀୟୂଷ ମଞ୍ଚ ଚଢ଼ନ୍ତି ତାହେଲେ ପରିଣତି ଭଲ ହେବନି ।ମାଲିକ ସଂଜୀବ ପାଢ଼ୀ ସୋମବାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ପୀୟୂଷ ଯାତ୍ରା ସିଂହବାହିନୀରେ ଯୋଗଦେବା ଥୟ । କେବେ ଯୋଗଦେବେ ସେ କଥା କହିବିନି । ଏହାଛଡ଼ା ହାସ୍ୟାଭିନେତା ନରି ପଣ୍ଡାଙ୍କ ଭଳି ସବୁ କଳାକାରଙ୍କ ଉପରୁ ବ୍ୟାନ୍ ହଟୁ ବୋଲି ବି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *