ନ୍ୟୁଜ ଡେକ୍ସ: ଆରମ୍ଭ ହେଲା ମହାପ୍ରଭୁଙ୍କ ରଥ ଟଣା। ଦ୍ଵିତୀୟ ଦିନରେ ନିର୍ଦ୍ଧାରିତ ସମୟ ସାଢେ ୯ଟାରେ ପୁଣି ରଥ ଟଣା ଆରମ୍ଭ ହୋଇଛି। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଗଡ଼ିଛି। ଏହାପରେ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା ଆରମ୍ଭ ହୋଇଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ରଥ ତ୍ରୟକୁ ଟାଣି ନେଉଛନ୍ତି। ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ନାଦରେ ବଡ଼ଦାଣ୍ଡ ଉଛୁଳି ପଡ଼ୁଛି। ସମସ୍ତ ତିନୋଟି ରଥ ବର୍ତ୍ତମାନ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ଶରଧାବାଲିରେ ଅଟକି ରହିଛି।
ତାଳଧ୍ୱଜ ଓ ଦର୍ପଦଳନ ପରେ ଶରଧାବାଲିରେ ପହଞ୍ଚିଥିଲା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ।ଶ୍ରୀଗୁଣ୍ଡିଚାରେ ରଥଟଣାରେ ଅହେତୁକ ବିଳମ୍ଵ ହୋଇଥିଲା। ଶରଧାବାଲିରେ ୩ ରଥ ପହଞ୍ଚି ପାରି ନଥିଲା। ମାଉସୀ ମା’ଙ୍କ ମନ୍ଦିର ନିକଟରେ ବଡ଼ଠାକୁର ଅଟକିଥିଲେ।
ସେହିପରି ମରିଚିକୋଟ ପାଖରେ ସୁଭଦ୍ରାଙ୍କ ରଥ ଅଟକିଥିଲା। ସିଂହଦ୍ଵାର ନିକଟରେ ନନ୍ଦିଘୋଷ ରଥ ଅଟକିଥିଲା। କେବଳ ବିଧି ରକ୍ଷା ପାଇଁ ମାତ୍ର ୧୦ ହାତ ଯାଇ ଶ୍ରୀମନ୍ଦିର ସମ୍ମୁଖରେ ରଥଚକଡ଼ାରେ ଅଟକିଲା ନନ୍ଦିଘୋଷ । ରାତି ୭ଟା ୫୦ ମିନିଟ୍ରେ ରଥଟଣା ବନ୍ଦ ଘୋଷଣା କରିଥିଲା ପ୍ରଶାସନ ।
