Thu. Apr 16th, 2026

ନ୍ୟୁଜ ଡେକ୍ସ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୪ ତାରିଖ ଦିନ ଓଡ଼ିଶା ଆସି ପହଞ୍ଚିବେ ରାଷ୍ଟ୍ରପତି ମୁର୍ମୁ। ଏହାପରେ ନିଜ କାର୍ଯ୍ୟକ୍ରମରେ ଯୋଗ ଦେବେ।ଭୁବନେଶ୍ୱର ଏବଂ କଟକରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।ତେବେ ମିଳିଥିବା ସୂଚନା ଅନୁଯାୟୀ, ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଆସନ୍ତା ୧୪ରେ ଭୁବନେଶ୍ୱର ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ତା ପରଦିନ ୧୫ ତାରିଖରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।

ରେଭେନ୍ସା ବାଳିକା ବାଳିକା ଉଚ୍ଚ ବିଦ୍ୟାଳୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ । ଏଥିସହିତ ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ କଟକରେ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ଉତ୍ସବରେ ଅତିଥି ଭାବେ ଯୋଗ ଦେବେ ।୧୪, ୧୫ କାର୍ଯ୍ୟକ୍ରମ ପରେ ସେ ପୁଣି ସେଇଦିନ ଦିଲ୍ଲୀ ଫେରିପାରନ୍ତି ।

Leave a Reply

Your email address will not be published. Required fields are marked *