Thu. Oct 23rd, 2025

ନ୍ୟୁଜ ଡେକ୍ସ: ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ବିଜେପିର ଆକ୍ସନ୍। ସୋମବାର ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) କାର୍ଯ୍ୟାଳୟରେ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆଧାରରେ ନିମ୍ନଲିଖିତ ୫ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ନିଲମ୍ବନ କରିଛନ୍ତି ।

ସେମାନେ ହେଲେ ୨୯ ନମ୍ବର ଓ୍ବାର୍ଡ କର୍ପୋରେଟର ଅପରୂପ ନାରାୟଣ ରାଉତ (ଜୀବନ ),ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ,ସଚିକାନ୍ତ ସ୍ୱାଇଁ ଏବଂ ସଂଜୀବ ମିଶ୍ର ନିଲମ୍ବିତ ହୋଇଛନ୍ତି। ସୂଚନାଯୋଗ୍ୟ, ବିଏମସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁ ନିଜ କାମରେ ବ୍ୟସ୍ତ ଥିବା ବେଳେ ତାଙ୍କୁ ୪ ରୁ ୬ ଜଣ ଯୁବକ ଆସି ଆକ୍ରମଣ କରିଥିଲେ । ସାର୍ଟ କଲର ଧରି ଘୋଷାଡି ଘୋଷାଡି ନେବା ସହ ଗୋଇଠା ମାଡ ମାରି ଗାଳି ଗୁଲଜ କରିଥିଲେ । ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ।

ତେବେ କାହିଁକି ଉକ୍ତ ଯୁବକ ମାନେ ଏପରି କାଣ୍ଡ ଘଟାଇଲେ ତାହାର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି ।ଅନ୍ୟପଟେ, ଆଜି କଳାବ୍ୟାଜ୍ ପିନ୍ଧି ବିଏମସି କର୍ମଚାରୀ ପ୍ରତିବାଦ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ କର୍ମଚାରୀମାନେ ପ୍ରତିବାଦ କରିଛନ୍ତି । ଅଫିସକୁ ଆସିଥିଲେ ବି କାର୍ଯ୍ୟରେ ସାମିଲ ହୋଇନାହାନ୍ତି । ଏନେଇ କମିଶନର କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ହେବ ।

Leave a Reply

Your email address will not be published. Required fields are marked *