Thu. Oct 23rd, 2025

ନ୍ୟୁଜ ଡେକ୍ସ: ଦିନକୁ ଦିନ ବଢିଚାଲିଛି ସାଇବର ଠକେଇ। ଶେଷରେ ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସୁଦର୍ଶନ ପଟ୍ଟନାୟକଙ୍କୁ ବି ଛାଡିଲେନି ସାଇବର ଅପରାଧି। ସୁଦର୍ଶନ ପଟ୍ଟନାୟକଙ୍କ ‘ଏକ୍ସ’ ହ୍ୟାକ୍‌ କରିଛନ୍ତି ସାଇବର ଅପରାଧୀ । ୫ ଦିନ ହେବ ପୂର୍ବର ଟ୍ୱିଟର ଓ ଏକ୍ସ ହ୍ୟାକ୍ ହୋଇଛି । ଏ ନେଇ ସେ ରାଜ୍ୟ ପୋଲିସ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି।

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ‘ଏକ୍ସ’ ହ୍ୟାକ୍ ନେଇ ସୁଦର୍ଶନ ପଟ୍ଟନାୟକ କହିଛନ୍ତି,”ମୁଁ ଓଡ଼ିଶା ପୁଲିସର ସାଇବର୍ ସେଲ୍ରେ ଏହି ବିଷୟରେ ଅଭିଯୋଗ ଦାଖଲ କରିଛି । ଏହା ସହିତ ‘X’ସପୋର୍ଟ ଟିମ୍ କୁ ମଧ୍ୟ ଜଣାଇଛି । ତଥାପି ଏପର୍ଯ୍ୟନ୍ତ ଆକାଉଣ୍ଟଟି ପୁନଃଉଦ୍ଧାର ହୋଇନାହିଁ । ଏହା ଦ୍ୱିତୀୟଥର ପାଇଁ ମୋର ‘ଏକ୍ସ’ ହ୍ୟାକ୍ ହୋଇଛି । ମୋ ପାଖରେ ସାରା ବିଶ୍ୱରୁ ଅନେକ ଅନୁସରଣକାରୀ ଅଛନ୍ତି, ଏବଂ ମୁଁ ଆକାଉଣ୍ଟର ଦୁର୍ବ୍ୟବହାର ନେଇ ଗଭୀର ଚିନ୍ତିତ।

” ସେ ଆହୁରି କହିଛନ୍ତି, ‘X’ସପୋର୍ଟ ଟିମ୍ କୁ ତ୍ୱରିତ ଭାବରେ ଏହି ମାମଲା ତଦନ୍ତ କରି ତାଙ୍କର ଆକାଉଣ୍ଟ ପୁନଃରୁଦ୍ଧାର କରିବାକୁ ବିନମ୍ର ଅନୁରୋଧ କରୁଛି । ସମସ୍ତ ଫଲୋୟର୍ସ ଓ ସାଧାରଣ ଜନତାଙ୍କୁ ଅପିଲ କରୁଛି ଦୟାକରି ବର୍ତ୍ତମାନ ଆକାଉଣ୍ଟକୁ ଆସୁଥିବା କୌଣସି ମେସେଜ ବା କାର୍ଯ୍ୟକଳାପକୁ ବିଶ୍ୱାସ କରନ୍ତୁ ନାହିଁ । ବର୍ତ୍ତମାନ ଏହା ହ୍ୟାକ୍ରଙ୍କ ନିୟନ୍ତ୍ରଣରେ ରହିଛି ।

Leave a Reply

Your email address will not be published. Required fields are marked *