Thu. Oct 23rd, 2025

ନ୍ୟୁଜ ଡେକ୍ସ: ବନ୍ୟାଞ୍ଚଳ ପରିଦର୍ଶନ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆକାଶ ମାର୍ଗ ଓ ରାସ୍ତାରେ ଯାଇ ଭରା ନଦୀରେ ବୋଟ୍ ଯୋଗେ ସ୍ଥିତି ଅନୁଧ୍ୟାନ କରି ଲୋକଙ୍କ ସହିତ ଆଲୋଚନା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଭୋଗରାଇ ବ୍ଲକ୍ର ୫୦ରୁ ଅଧିକ ଗାଁ ଏବେ ପାଣି ଘେରରେ ରହିଛି । ଲୋକଙ୍କ ପାଖରେ ଠିକ୍ ଭାବରେ ସରକାରୀ ସୁବିଧା ନପହଞ୍ଚିବାରୁ ନିଜେ ଉପ ମୁଖ୍ୟମନ୍ତ୍ରୀ ସ୍ଥିତି ଅନୁଧ୍ୟାନ କରିବା ପରେ ଲୋକଙ୍କ ମନରେ ଟିକିଏ ଆଶ୍ବସ୍ତି ଆସିଛି ।

ଏନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାଲେଶ୍ୱର ଜିଲ୍ଲା ଯାଇ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି । ଏହାପରେ ଉପମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଲେଖିଛନ୍ତି,‘ଆଜି ବାଲେଶ୍ୱର ଜିଲ୍ଲା ଗସ୍ତରେ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଏବଂ ଖାଦ୍ୟ ଯୋଗାଣ ଆଦି ପଦକ୍ଷେପ ସହ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀଙ୍କୁ ନିୟୋଜିତ’।

ଉପ ମୁଖ୍ୟମନ୍ତ୍ରୀ ସହିତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ଜିଲ୍ଲାପାଳ ଓ ଏସ୍ପି ଉପସ୍ଥିତ ରହି ଭୋଗରାଇ ଓ ବାଲିଆପାଳ ଅଞ୍ଚଳ ଗସ୍ତ କରିଥିଲେ । ଏହାପରେ ତାଳସାରୀ ସ୍ଥିତ ଓଟିଡିସିରେ ଏକ ସମୀକ୍ଷା ବୈଠକ କରି ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୋ-ଖାଦ୍ୟ ଯୋଗାଇବା ଓ ଲୋକଙ୍କୁ ୭ ଦିନ ରିଲିଫ ଦେବା ପାଇଁ ନିର୍ଦ୍ଦେଶ ଦେଇ ଫେରିଛନ୍ତି ।

Leave a Reply

Your email address will not be published. Required fields are marked *