Thu. Oct 23rd, 2025

ନ୍ୟୁଜ ଡେକ୍ସ: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଏକ ସିମେଣ୍ଟ ଫ୍ୟାକ୍ଟ୍ରିରୁ ଅପହୃତ ୩ ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ l ଅପହୃତ ହୋଇଥିବା ଓଡ଼ିଶା ଶ୍ରମିକ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ସମରଝୋଳ ଅଞ୍ଚଳର ପନାଡ ଭେଙ୍କଟ ରମଣ l ତାଙ୍କ ପରିବାର ପକ୍ଷରୁ ଏନେଇ ହିଞ୍ଜିଳି ଥାନାରେ ଶୁକ୍ରବାର ରାତିରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଅପହୃତ ଓଡ଼ିଆ ଯୁବକ ଜଣକ ଗଞ୍ଜାମ ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ। ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ପରିବାର। ନିକଟରେ ପଶ୍ଚିମ ଆଫ୍ରିକୀୟ ଦେଶ ମାଲିର ବିଭିନ୍ନ ସ୍ଥାନରେ ଅଲକାଏଦା ସହ ଜଡିତ ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣ କରିଥିଲା। ଏହି ସମୟରେ ତିନି ଜଣ ଭାରତୀୟଙ୍କୁ ସେମାନେ ଅପହରଣ କରିନେଇଥିଲେ।

ପଶ୍ଚିମ ମାଲିର କାୟେସ୍ ଅଞ୍ଚଳରେ ଥିବା ଡାଇମଣ୍ଡ ସିମେଣ୍ଟ କାରଖାନା ଉପରେ ସଶସ୍ତ୍ର ଆତଙ୍କବାଦୀମାନେ ଆକ୍ରମଣ କରି ଶ୍ରମିକମାନଙ୍କୁ ବନ୍ଧକ କରି ନେଇଥିଲେ। ଏହି ଅପହରଣ ପଛରେ ଅଲ-କାଏଦା ସହିତ ଜଡିତ ଜମାତ ନୁସରତ ଅଲ-ଇସଲାମ ୱାଲ-ମୁସଲିମିନ (ଜେଏନଆଇଏମ)ର ହାତ ଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *