ନ୍ୟୁଜ ଡେକ୍ସ: ଓଲଟିଲା ବସ୍। ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। 16 ନମ୍ବର ଜାତୀୟ ରାଜପଥରେ ଓଲଟିପଡ଼ିଲା ଏହି ବସ୍। କଟକରୁ ବରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ବସ୍ରେ ଅଧିକ ଯାତ୍ରୀ ଥିବାରୁ ଭାରସାମ୍ୟ ହରାଇ ଓଲଟିପଡ଼ିଛି ଏହି ବସ୍।
ରବିବାର ରାତି ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି । ବସ୍ଟି କଟକରୁ ବରୀ ଯିବା ବାଟରେ ଓଲଟି ପଡ଼ିଲା । ବସ୍ରେ ୪୫ରୁ ଉର୍ଦ୍ଧ୍ବ ଯାତ୍ରୀଥିବାର ସୂଚନା ରହିଛି ।ଆହତମାନଙ୍କୁ ଧର୍ମଶାଳା ଓ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଗୁରୁତର ଥିବା ୫ଜଣଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାଥାଉକି, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, କୁଆଖିଆ ଓ ଧର୍ମଶାଳା ଥାନା ପୁଲିସ ଓ ସ୍ଥାନୀୟ ଲୋକ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ।ସୂଚନାମୁତାବକ, ଦୁର୍ଘଟଣାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଅନ୍ୟ ଏକ ଗାଡ଼ିକୁ ସାଇଡ୍ ଦେବାକୁ ଯାଇ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
