ନ୍ୟୁଜ ଡେକ୍ସ : ସମ୍ୱିଧାନ ବଞ୍ଚାଅ ସମାବେଶରେ ରାହୁଲ ଗାନ୍ଧୀଙ୍କ ରଣହୁଙ୍କାର । କହିଲେ ସମ୍ୱିଧାନ ଉପରେ ଆଟାକ୍ କରୁଛି ବିଜେପି ସରକାର । ମହାରାଷ୍ଟ୍ର ପରେ ବିହାରରେ ଚୋରି ହେଉଛି ନିର୍ବାଚନ । ଓଡ଼ିଶାରେ ଗରିବଙ୍କ ଧନ ଲୁଟି ଖାଉଛି ସରକାର । ପ୍ରଥମେ ସମାବେଶରେ କଂଗ୍ରେସ କର୍ମକର୍ତ୍ତାଙ୍କ ମୁଡ୍ କିପରି ଅଛି ପ୍ରଶ୍ନ କରିଥିଲେ ରାହୁଲ ଗାନ୍ଧି । ରାହୁଲ ଆହୁରି କହିଛନ୍ତି, ଆଦିବାସୀଙ୍କ ପାଇଁ ପେସା ଆଇନ୍ ଲାଗୁ ହେଉନି, କିନ୍ତୁ ଆମେ ଏହା ଲାଗୁ କରିବୁ । ବିକାଶ ଓଡ଼ିଶାର ଜନତାଙ୍କ ପାଇଁ କରିବା ଉଚିତ୍ ।
ଏଠାକାର ସରକାର ଜଙ୍ଗଲ, ଜମିରୁ ଆପଣଙ୍କୁ ହଟାଉଛି । ନିର୍ଯାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହୋଇ ରହିବ । ମୋଦି ଫସଲ ବୀମା ଯୋଜନା ଲାଗୁ କରିଥିଲେ । ଏଥିପାଇଁ ମୋଦି ଆପଣଙ୍କ ଠାରୁ ଟଙ୍କା ନେଲେ, କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନି । ଏଠାକାର ସରକାର ଜଙ୍ଗଲ, ଜମିରୁ ଆପଣଙ୍କୁ ହଟାଉଛି । ନିର୍ଯାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହୋଇ ରହିବ ବୋଲି ରାହୁଲ ଦୃଢୋକ୍ତି ଦେଖାଇଥିଲେ । ଶେ ଆହୁରି କହିଥିଲେ ମୋଦି ଫସଲ ବୀମା ଯୋଜନା ଲାଗୁ କରିଥିଲେ । ଏଥିପାଇଁ ମୋଦି ଆପଣଙ୍କ ଠାରୁ ଟଙ୍କା ନେଲେ, କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ମିଳୁନି । ମୁଁ ଏହି ସରକାର ବିରୋଧରେ ଲଢ଼ିବାକୁ ଚାହୁଁଛି ।
ଏଠାକାର ସରକାରଙ୍କୁ ହଟାଇବାକୁ ଚାହୁଁଛି । ଦଳିତଙ୍କୁ ନା ସରକାରରେ ସ୍ଥାନ ମିଳୁଛି, ନା ବ୍ୟୁରୋକାସିରେ । ତେବେ ଜାତି ଜନଗଣନା ନିହାତି ଜରୁରୀ ବୋଲି ସେ କହିଥିଲେ । ତାଙ୍କ କହିବା କଥା ଓଡ଼ିଶାରେ ବି ଅରବପତିଙ୍କ ରାଜ୍ ଚାଲିଛି ।ଆହୁରି ବି ରଥଯାତ୍ରା ଅଘଟଣକୁ ନେଇ ଟାର୍ଗେଟ କଲେ ରାହୁଲ ।
କାରଣ ଅଦାନୀ ପାଇଁ ରଥକୁ ରୋକାଯାଉଛି ବୋଲି କହିଥିଲେ ରାହୁଲ । ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର । ଓଡ଼ିଶାରେ ୪୦ ହଜାରରୁ ଊର୍ଦ୍ଧ୍ୱ ମହିଳା ଗାଏବ ହୋଇଛନ୍ତି । ଏମାନେ କୁଆଡ଼େ ଗଲେ କେହି ଜାଣିନାହାନ୍ତି । ମହିଳାଙ୍କୁ ଦୁଷ୍କର୍ମ ହେଉଛି, କିନ୍ତୁ ସରକାର ନୀରବଦ୍ରଷ୍ଟା । ଏହାସହ ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍ କରିଥିଲେ ।

