Thu. Oct 23rd, 2025

ନ୍ୟୁଜ ଡେକ୍ସ : ଗଡ଼ିଲା ଘରୋଇ ବସ୍। ୪ ଦିନ ପରେ ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍ ଚଲାଚଳ। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ ସ୍ଥାନରେ ଚାଲିଲା ଘରୋଇ ବସ୍। ଦୀର୍ଘ ୪ ଦିନ ହେବ ନିଜ ଜିଦ୍ ରେ ଅଟଳ ଥିଲେ ଡ୍ରାଇଭର ମହାସଂଘ। ସେମାନଙ୍କ ଦାବି ସରକାର ପୂରଣ ନ କରିବା ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ମହାସଂଘ ଘୋଷଣା କରିଥିଲା।

ବସ୍ ଚଳାଚଳ ସମୟରେ ରାଜ୍ୟ ସରକାର ସୁରକ୍ଷା ଦେବା ପାଇଁ ମାଲିକ ସଂଘ ଦାବି କରିଛନ୍ତି । ଗତ ୮ ତାରିଖରୁ ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟବ୍ୟାପି ବସ୍ ଚଳାଚଳ ବନ୍ଦ ରହିଥିଲା । ସେପଟେ ଗତ ୧୧ ତାରିଖରେ ଡ୍ରାଇଭର ମହାସଂଘର ସଭାପତି ବିବୃତ୍ତି ଦେଇ କହିଛନ୍ତି କୌଣସି ବସକୁ ବାଟରେ ଅଟକା ଯାଉନାହିଁ । କିନ୍ତୁ ଗତ ଗୁରୁବାର ଦିନ ସମ୍ବଲପୁର ଦେଇ ଆସୁଥିବା କେତେକ ବସକୁ ରେଢାଖୋଲ ଓ ଅନୁଗୁଳ ଆର.ଟି.ଓ. ଅଫିସ ପାଖରେ ଆକ୍ରମଣ କରି ବସ୍ ଗୁଡିକର କାଚ ଭାଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବସ୍ ମାଲିକ ସଂଘ ।

ଏଣୁ ଯାତ୍ରୀବାହୀ ବସ୍ ଗୁଡିକୁ କୈାଣସି ଯାଗାରେ ହଇରାଣ ନ କରି ଚଳାଚଳରେ ସୁବିଧା କରନ୍ତୁ ଏବଂ ରାଜ୍ୟ ସରକାର ଯାତ୍ରୀ ମାନଙ୍କ ସୁରକ୍ଷା ଓ ବସ୍ ଗୁଡିକରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବନ୍ଦୋବସ୍ତ କରନ୍ତୁ । ଯାତ୍ରୀ ପରିବହନ କ୍ଷେତ୍ରରେ ସମସ୍ତ ବସ ମାଲିକ ଓ କର୍ମଚାରୀମାନଙ୍କୁ ସମସ୍ତ ରୁଟରେ ବସ ଚଳାଚଳ ଆରମ୍ଭ କରିବା ପାଇଁ ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ନିବେଦନ କରାଯାଇଛି । “

Leave a Reply

Your email address will not be published. Required fields are marked *