Thu. Oct 23rd, 2025

ନ୍ୟୁଜ ଡେକ୍ସ : ବାଲେଶ୍ବର ଏଫ୍ଏମ୍‌ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀରୁ ଫେରି ପୀଡିତା ଏବଂ ତାଙ୍କ ପରିବାରକୁ ଏମ୍ସ ଭୁବନେଶ୍ୱରରେ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । AIIMSରେ ଚିକିତ୍ସାଧୀନ ଛାତ୍ରୀ ଓ ତାଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ ।

ଶରୀର ଅଧିକାଂଶ ଅଂଶ ପୋଡିଯାଇଥିବାରୁ ତାଙ୍କୁ ଦିଲ୍ଲୀ ନିଆଯାଇପାରୁନାହିଁ । ସାମାନ୍ୟ ନରମାଲ କଣ୍ଡିସନକୁ ଆସିଲେ ତାଙ୍କୁ ଏୟାରଲିଫ୍ଟ କରାଯାଇ ଦିଲ୍ଲୀ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଛାତ୍ରୀଜଣଙ୍କ ପୋଡିହେବା ଆଗରୁ ସାଂସଦ, ମନ୍ତ୍ରୀ ଏବଂ ଅନ୍ୟମାନଙ୍କୁ ନିଜର ଅସୁବିଧା ସମ୍ପର୍କରେ ଟ୍ୱିଟ କରିଥିଲେ । ହେଲେ ସେମିତି କିଛି ନହେବାରୁ ସେ ବାଧ୍ୟ ହୋଇ ପୋଡି ହୋଇଯାଇଛନ୍ତି । ତାଙ୍କ ଶରୀରର ଅଧିକାଂଶ ଅଂଶ ପୋଡିଥିବାରୁ ୧୨ ଜଣିଆ ଡାକ୍ତରୀ ଦଳ ଏବେ ଚିକିତ୍ସା ପାଇଁ ଲାଗିପଡିଛନ୍ତି । ଆଗାମୀ 24 ଘଣ୍ଟା ଗୁରୁତ୍ଵପୂର୍ଣ୍ଣ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ଏବେ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ କରାଯିବା ସମ୍ଭବ ନୁହେଁ । ସ୍ଵାସ୍ଥ୍ୟାବସ୍ଥା ସୁଧୁରିଲେ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ କରାଯାଇପାରେ ।”ଏହି ଘଟଣା ପାଇଁ କର୍ତ୍ତୁପକ୍ଷଙ୍କ ଦାୟିତ୍ୱହିନତାକୁ ସେ ଦାୟୀ କରିଛନ୍ତି ।

କିଛିଦିନ ତଳେ ଛାତ୍ରୀ ଜଣଙ୍କ ବାଲେଶ୍ୱର ସାଂସଦଙ୍କୁ ଭେଟିଥିଲେ । ଏହି ଘଟଣା ସମ୍ପର୍କରେ କଲେଜ ଅଧ୍ୟକ୍ଷଙ୍କୁ ମଧ୍ୟ ପ୍ରତାପ ଷଡଙ୍ଗୀ ପଚାରିଥିଲେ । ହେଲେ ସେ ଛାତ୍ରୀଙ୍କ ସମସ୍ୟା ବିଷୟରେ ଆଲୋଚନା କରିବା ବଦଳରେ ଅଧ୍ୟାପକ ସମୀର ସାହୁଙ୍କୁ ପ୍ରଂଶସା କରିଥିଲେ ।ଛାତ୍ରୀଙ୍କ ଏଭଳି ଅବସ୍ଥା ପରେ ରାଜନୀତି ତେଜିବାରେ ଲାଗିଛି ।

ଆଜି ଛାତ୍ର କଂଗ୍ରେସର କର୍ମକର୍ତ୍ତାମାନେ ଆନ୍ଦୋଳନ କରି ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି । ଠିକ ଢଙ୍ଗରେ ଘଟଣାର ତଦନ୍ତ ହେବାର ଆବଶ୍ୟକତା ରହିଛି, ମହିଳା କଂଗ୍ରେସ ଆସନ୍ତାକାଲି ବାଲେଶ୍ୱର ଏଫଏମ କଲେଜ ଯିବ ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି । ଛାତ୍ରୀ କାହିଁକି ଆତ୍ମାହୁତି ଉଦ୍ୟମ କଲା, ସେଥିପାଇଁ ସେ ଆଗରୁ ସମସ୍ତଙ୍କୁ ଅବଗତ କରିଥିଲା ।

Leave a Reply

Your email address will not be published. Required fields are marked *