Thu. Oct 23rd, 2025

ନ୍ୟୁଜ ଡେକ୍ସ : ଅବପାତ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଇଏମଡି କରିଛି ପୂର୍ବାନୁମାନ । ରାଜ୍ୟବାସୀଙ୍କୁ ସତର୍କ କଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ବନ୍ୟାଜନିତ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଅବପାତଜନିତ ବର୍ଷା ବନ୍ୟାଭଳି ସ୍ଥିତି ଆଣିପାରେ ବୋଲି ବିଭାଗ ପକ୍ଷରୁ ସତର୍କ କରିଛନ୍ତି ।

ଆଜି ଉତ୍ତର ଓଡ଼ିଶା, କାଲିଠୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ । ଆଜି ଉତ୍ତର ଓଡ଼ିଶାରେ ବର୍ଷା ହେଉଥିବାବେଳେ, କାଲିଠୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ । କେତୋଟି ସ୍ଥାନରେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ଅତିପ୍ରବଳ ବର୍ଷା ହୋଇପାରେ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଅବବାହିକାରେ ପୁଣି ବର୍ଷା ହେବ । ମହାନଦୀ ଓ ବ୍ରାହ୍ମଣୀ ଅବବାହିକାରେ ମଧ୍ୟ ବର୍ଷା ହେବ ।

ଉପକୂଳରେ ପାରାଦୀପଠୁ ଆରମ୍ଭ କରି ପଶ୍ଚିମରେ ସମ୍ବଲପୁର ପର୍ଯ୍ୟନ୍ତ ବର୍ଷିବ । ସେହିପରି, ଏହି ସମୟରେ ସମୁଦ୍ର ଅଶାନ୍ତ ରହିଛି ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା ହୋଇଛି । ସ୍ଥଳଭାଗରେ ମଧ୍ୟ ଘଣ୍ଟାକୁ ୩୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *