ନ୍ୟୁଜ ଡେକ୍ସ : ମୃତ୍ୟୁ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା। ୨୦ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ସୂଚନା ମୁତାବକ, ଗତକାଲି ରାତିରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ବାଲେଶ୍ବର ଜିଲ୍ଲା ଭୋଗରାଇ ସ୍ଥିତ ତାଙ୍କ ପୈତୃକ ଗାଁ ପଳାସିଆ ମଶାଣିରେ ସୌମ୍ୟାଶ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ତାଙ୍କ ଭାଇ ତାଙ୍କ ମୁଖାଗ୍ନି ଦେଇଛନ୍ତି । ଗାଁ ଝିଅକୁ ଅଶ୍ରୁଳ ବିଦାୟ ଦେଇଛନ୍ତି ହଜାର ହଜାର ଗାଁ ଲୋକେ । ସୌମ୍ୟାଶ୍ରୀଙ୍କୁ ହରାଇ ମ୍ରିୟମାଣ ହୋଇପଡିଛି ପୂରା ପରିବାର । ବାପା କାନ୍ଦୁଛି ମୋର କିଛି ଦରକାର ନାହିଁ ମୋ ଝିଅ ଦରକାର ଥିଲା । ସେପଟେ ଦୋଷୀକୁ କଠୋରରୁ କଠୋର ଦଣ୍ଡ ମିଳିବା ନେଇ ସରକାର ଆଶ୍ବସନା ଦେଇଥିବା ବେଳେ ଆଜି ମୃତ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେି ସୂଚନା ଦେଇଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ । ପ୍ରତାପ କହିଛନ୍ତି, ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଅତ୍ୟନ୍ତ ମର୍ମନ୍ତୁଦ ଘଟଣା, ବିଚଳିତ କରୁଛି ।
ଘଟଣା ପଛରେ କଲେଜ ପ୍ରିନ୍ସିପାଲଙ୍କ ଗୁରୁତର ତ୍ରୁଟି ରହିଥିଲା । ଇଣ୍ଟରନାଲ୍ କମିଟିର ମନିଟରିଂ କରୁ ନଥିଲେ ପ୍ରିନ୍ସିପାଲ୍ । କିଛି ପିଲା କାନ୍ଦିବାର ନାଟକ କରୁଛନ୍ତି, ହେଲେ ସେମାନେ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ । ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ, ସରକାର ତ୍ବରିତ୍ ପଦକ୍ଷେପ ନେଇଛନ୍ତି । ୧୨ ଘଣ୍ଟା ମଧ୍ୟରେ ସସ୍ପେଣ୍ଡ ଓ ଗିରଫ କରାଯାଇଛି । ତଦନ୍ତ ଠିକ୍ ବାଟରେ ଚାଲିଛି, ନ୍ୟାୟ ନିଶ୍ଚୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରତାପ ଷଡ଼ଙ୍ଗୀ ।
