Thu. Oct 23rd, 2025

ନ୍ୟୁଜ ଡେକ୍ସ :ହେବାକୁ ଥିବା ଗୃହରକ୍ଷୀ ନିଯୁକ୍ତି ଶାରୀରିକ ପରୀକ୍ଷା ସ୍ଥଗିତ। ୨ ଦିନ ଘୁଞ୍ଚିଲା ଭୁବନେଶ୍ୱରର ସହରାଞ୍ଚଳର ଗୃହରକ୍ଷୀ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା। ଆଜି ଭୁବନେଶ୍ୱର ସ୍ଥିତ ଓଏସଏପି ସପ୍ତମ ବାଟାଲିଅନଠାରେ ହେବାର ଥିଲା ଏହି ପରୀକ୍ଷା।ଆସନ୍ତା ୨ ଦିନ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିବାର ସୂଚନା ଦେଲେ କମିଶନରେଟ୍ ପୋଲିସ।

ଆବେଦନକାରୀଙ୍କ ଯାତାୟତ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ସ୍ଥଗିତ କରାଯାଇଛି । ବୁଧବାର ୭ମ ଓଡ଼ିଶା ସ୍ୱତନ୍ତ୍ର ସଶସ୍ତ୍ର ବାହିନୀରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥାନ୍ତା । ୧୮ ତାରିଖରେ ସମାନ ସ୍ଥାନ ଓ ସମୟରେ ପରୀକ୍ଷା କରାଯିବ ବୋଲି ସୂଚନା ରହିଛି ।

ତୃତୀୟ ପର୍ଯ୍ୟାୟ ତଥା ଲିଖିତ ପରୀକ୍ଷାରେ କୃତୀ ହୋଇଥିବା ସମସ୍ତ ଆବେଦନକାରୀଙ୍କ ଅବଗତି ପାଇଁ ସୋସିଆଲ ମିଡିଆରେ କମିଶନରେଟ୍ ପୋଲିସର ସୂଚନା ।

Leave a Reply

Your email address will not be published. Required fields are marked *