Sat. Feb 21st, 2026

ନ୍ୟୁଜ ଡେକ୍ସ : ଗୁରୁବାର ରାଜ୍ୟରେ ବନ୍ଦ ରହିବ ପେଟ୍ରୋଲ ପମ୍ପ। ୧୨ ଘଣ୍ଟା ବନ୍ଦ ରହିବ ପେଟ୍ରୋଲ ପମ୍ପ। ସକାଳ ୬ ଟାରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ରହିବ ପେଟ୍ରୋଲ ପମ୍ପ। ଓଡ଼ିଶା ପେଟ୍ରୋଲିୟମ ଡିଲର୍ ଆସୋସିଏସନ୍ ସଭାପତି ଶଶାଙ୍କ ଶେଖର ସାହୁ ଏହି ସୂଚନା ଦେଇଛନ୍ତି।

ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଗୁରୁବାର କଂଗ୍ରେସ ଦେଇଥିବା ଓଡିଶା ବନ୍ଦ ଡାକରା ଯୋଗୁ ସଂଘ ନୀତିଗତ ଭାବେ ଏହି ନିଷ୍ପତ୍ତି ନେଇଛି। ବ୍ୟବସାୟରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା କ୍ଷତି ହେବ ବୋଲି ଅନୁମାନ କରିଛି ଆସୋସିଏସନ। ୩ ଟି ଡିପୋ ସହ ରାଜ୍ୟରେ ଥିବା ୩ ହଜାରରୁ ଊର୍ଦ୍ଧ୍ବ ପେଟ୍ରୋଲ ପମ୍ପ ବନ୍ଦ ରହିବ । ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ବଢିବାରେ ଲାଗିଛି ଉତ୍ତେଜନା। ଆସନ୍ତାକାଲି କଂଗ୍ରେସର ଓଡ଼ିଶା ବନ୍ଦ ଡାକରା। କଂଗ୍ରେସ, ବାମଦଳ ସମେତ ୮ଟି ରାଜନୈତିକ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି।

ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାକୁ ବିରୋଧ କରି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏପଟେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ନେଇ ଟ୍ବିନ୍‌ ସିଟିରେ କଡ଼ା ସୁରକ୍ଷା। ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିବ ଏଆଇ କ୍ୟାମେରା ଓ ଡ୍ରୋନ୍‌। ଆଇନ୍ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ପୋଲିସ କମିଶନର।

Leave a Reply

Your email address will not be published. Required fields are marked *