Thu. Oct 23rd, 2025

ନ୍ୟୁଜ ଡେକ୍ସ : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୧ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ନୂଆ ଯୋଜନା ସମୃଦ୍ଧ ସହର ଯୋଜନାକୁ ମୋହର ମାରିଛି କ୍ୟାବିନେଟ ।ଯୋଜନା ବାବଦରେ ଖର୍ଚ୍ଚ ହେବ ୪୮୭୯.୩୦ କୋଟି ଟଙ୍କା । ମଞ୍ଜୁର ହୋଇଥିବା ପ୍ରସ୍ତାବ ମଧ୍ୟରେ ମୟୂରଭଞ୍ଜ ପୋଲିସ ଜିଲ୍ଲାକୁ ବିଭାଜନ କରିଛନ୍ତି।

ରାଇରଙ୍ଗପୁର ନୂତନ ପୋଲିସ ଜିଲ୍ଲା ଘୋଷଣା ହୋଇଛି। ରାଇରଂଗପୁର ପୋଲିସ ଜିଲ୍ଲାରେ ରହିବ ୨ଟି ଏସ୍‌ଡିପିଓ। ରାଇରଂଗପୁର ପୋଲିସ ଜିଲ୍ଲାରେ ୧୪ଟି ଥାନା ରହିବ। ଏହା ସହିତ ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ (ERSS) ପାଇଁ ମଞ୍ଜୁରୀ ମିଳିଛି । ଯାହା ଅଧୀନରେ ୪,୧୯୫ଟି ନୂତନ ପୋଷ୍ଟ ସୃଷ୍ଟି ହେବ। ଏହି ସିଷ୍ଟମ ଜରୁରୀ ସେବାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇି ।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମାସିକ ହଷ୍ଟେଲ୍ ଫି’ ୨ ହଜାର ଟଙ୍କା ଛାଡ଼ କରାଯାଇଛି । ଫଳରେ ଛାତ୍ରଛାତ୍ରୀଙ୍କୁ ଆଉ ମାସିକ ଦେୟ ଦେବାକୁ ପଡ଼ିବ ନାହିଁ। ଏଥି ପାଇଁ ସରକାର ୫ ବର୍ଷରେ ୩୫୦ କୋଟି ଟଙ୍କା ଖର୍ଚ୍ଚ କରିବେ।ସମୃଦ୍ଧ ସହର ଯୋଜନା ପାଇଁ ୪, ୮୭୯.୩୦ କୋଟି ବ୍ୟୟ ଅଟକଳ ରଖାଯାଇଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ସମୃଦ୍ଧ ସହର ଯୋଜନା ସହାୟକ ହେବ ।

Leave a Reply

Your email address will not be published. Required fields are marked *