Thu. Oct 23rd, 2025

ନ୍ୟୁଜ ଡେକ୍ସ : ଏୟାରଲିଫ୍ଟ ହେଲେ ବଳଙ୍ଗୀ ପୀଡିତା । ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡିତା । ଗ୍ରୀନ୍ କରିଡର ଜରିଆରେ ବଳାଙ୍ଗା ପୀଡିତାଙ୍କୁ ଏୟାରଲିଫ୍ଟ କରାଯାଇଛି । ଭୁବନେଶ୍ୱର ଏମ୍ସ ଠାରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଗ୍ରୀନ୍ କରିଡର କରାଯାଇଥିଲା । ତେବେ ସୂଚନା ମୁତାବକ, ରବିବାର ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରାଯାଇଛି ।

ଭୁବନେଶ୍ବର ବିମାନବନ୍ଦରରୁ ଏୟାର ଆମ୍ବୁଲାନ୍ସରେ ପୀଡିତାଙ୍କ ପରିବାରର ୨ ସଦସ୍ୟଙ୍କ ସମେତ ଏମ୍ସ ଡାକ୍ତରୀ ଟିମ୍ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଛନ୍ତି । ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କର ଅଧିକ ଚିକିତ୍ସା ହେବ ।ଏନେଇ ପୂର୍ବରୁ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ସୂଚନା ଦେଇ କହିଥିଲେ, ଯେ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି । ପୀଡ଼ିତାଙ୍କ ପାଇଁ ବେଡ୍ ବ୍ୟବସ୍ଥା କରାଯାଇଛି । ଏଥିସହିତ ସେ ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଡାକ୍ତର କହିଛନ୍ତି ଯେ, ପୀଡିତାଙ୍କ ଆଗାମୀ ୪୮ ଘଣ୍ଟା ପାଇଁ ଅବଜରଭେସନ୍‌ରେ ରହିଥିଲେ। ସେ ଆଇସିୟୁରେ ଅକ୍ସିଜେନ୍‌ ସପୋର୍ଟରେ ଥିଲେ। ୨୦ ରୁ୨୫ ପ୍ରତିଶତ ବ୍ୟତୀତ ଶରୀର ଅନ୍ୟ ସବୁ ସ୍ଥାନ ପୋଡ଼ିଯାଇଛି । ଯାହାକି ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ । କିନ୍ତୁ ପୀଡ଼ିତା ଏବେ ଟିକେ ସୁସ୍ଥ ଅଛନ୍ତି ଏବଂ କଥାବାର୍ତ୍ତା କରୁଛନ୍ତି । ଅନ୍ୟପଟେ ବଳଙ୍ଗା ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।

ଶନିବାର ରାତିରେ ବିଜେଡି, କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଏମ୍ସ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏପିରିକି ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବାର ଦେଖିବାକୁ ମିଳିଥିଲା । ଯାହାପରେ ପ୍ରଶାସନ ପକ୍ଷରୁ ଏମ୍ସ ପରିସରରେ ବିଏନ୍ଏସ୍ ଧାରା ୧୬୩ ଲାଗୁ କରାଯାଇଛି । ଏହି ସମୟ ମଧ୍ୟରେ ଯଦି କୌଣସି ବ୍ୟକ୍ତି ଏମ୍ସ ପରିସରରେ ଉତ୍ତେଜନା ସୃଷ୍ଟି କରନ୍ତି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *