ନ୍ୟୁଜ ଡେକ୍ସ : ମାଲକାନଗିରି ଜିଲ୍ଲାରେ ଗତ ୧୨ ତାରିଖ ଦିନ ହୋଇଥିବା ୱେବ ସାମ୍ବାଦିକଙ୍କୁ ହତ୍ୟା ଘଟଣାର ପର୍ଦାଫାସ କରିଛି ପୋଲିସ । ଜିଲ୍ଲାରେ ଏହା ପ୍ରଥମ କରି ଘଟିଥିବାରୁ ପୋଲିସ ପାଇଁ ଚ୍ୟାଲେଞ୍ଜିଂ ହୋଇଥିଲା । ଅନ୍ୟଦିଗରେ ସମ୍ବାଦିକ ସଂଘ ପକ୍ଷରୁ ବାରମ୍ବାର ପୋଲିସ ଉପରେ ମଧ୍ୟ ଚାପ ପ୍ରୋୟଗ କରାଯାଉଥିଲା। ଅତିରିକ୍ତ ଏସପି ରଶ୍ମିରଂଜନ ସେନାପତିଙ୍କ ନେତୃତ୍ବରେ ଡିଏସପି ଆର.ପ୍ରଧାନ, ମୋଟୁ ଆଇଆଇସି ଅର୍ଜୁନ କଅଁରକୁ ନେଇ ଏକ ସ୍ବତନ୍ତ୍ର ଟିମ ଗଠନ କରି ଏହାର ତଦନ୍ତ କରାଯାଉଥିଲା ।
ତେବେ ସୂଚନା ମୁତାବକ, ମୋଟୁ ଥାନା ସୀମା ଅନ୍ତର୍ଗତ ଉଭୟ ଗ୍ରାମ ଏମଭି-୭୫ର ୨୫ ବର୍ଷୀୟ ସୁକୁମାର ରାୟ ଏବଂ ଏମପିଭି-୮୨ର ୨୧ ବର୍ଷୀୟ କୋଙ୍କଣ ଜୋର୍ଦାର ଭାବରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ମାଲକାନଗିରି ଏସପି ବିନୋଧ ପାଟିଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ହାଇଦ୍ରାବାଦରୁ ଏହି ଦୁଇଜଣଙ୍କୁ ଗିରଫ କରାଯାଇଛି। ହତ୍ୟା ପଛର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।
‘ଏସଏଫଏସଏଲର ସହାୟତାରେ ଏକ ଫୋରେନସିକ୍ ଟିମ୍ ପ୍ରମାଣ ସଂଗ୍ରହ ଏବଂ ସନ୍ଦିଗ୍ଧଙ୍କ ସ୍କେଚ୍ ପ୍ରସ୍ତୁତ କରିବା ପାଇଁ କ୍ରାଇମ୍ ସିନ ପରିଦର୍ଶନ କରିଥିଲା। ସ୍କେଚରୁ ଦୁହିଁଙ୍କୁ ଚିହ୍ନଟ କରାଯାଇଥିଲା।ପୋଲିସ ପୀଡିତା ଏବଂ ତାଙ୍କ ବନ୍ଧୁମାନଙ୍କ ଦ୍ୱାରା ବ୍ୟବହୃତ SUV ଏବଂ ଅପରାଧ ସମୟରେ ଅଭିଯୁକ୍ତମାନଙ୍କ ଦ୍ୱାରା ବ୍ୟବହୃତ ମୋଟରସାଇକେଲକୁ ମଧ୍ୟ ଉଦ୍ଧାର କରିଛି।
