ନ୍ୟୁଜ ଡେକ୍ସ : ଉଦିତ୍ ପ୍ରଧାନ। ଛାତ୍ର କଂଗ୍ରେସର ସଭାପତି ଥିଲେ। ହେଲେ ଆଜି ତାଙ୍କୁ କଂଗ୍ରେସରୁ ନିଲମ୍ୱନ କରାଯାଇଛି। ଆଉ ନିଲମ୍ୱନ ହେବାର କାରଣ ହେଉଛି ସେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଯୁବତୀଙ୍କ କୋଲଡ୍ରିଙ୍କସରେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରିଥିବା ଉଦିତଙ୍କ ନାଁରେ ଅଭିଯୋଗ ହୋଇଛି।ତେଣୁ ତାଙ୍କୁ ଗିରଫ ମଧ୍ୟ କରିଛି ପୋଲିସ।
ସେପଟେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ତାଙ୍କୁ ଛାତ୍ର କଂଗ୍ରେସ ପଦରୁ ମଧ୍ୟ ନିଲମ୍ୱିତ କରାଯାଇଛି।ଜଣେ ଯୁବତୀଙ୍କୁ ନିଶା ଦେଇ ଏକ ହୋଟେଲରେ ଦୁଷ୍କର୍ମ କରିଥିବା ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଥିଲା। ତାଙ୍କୁ ମଞ୍ଚେଶ୍ୱର ପୋଲିସ ଗତକାଲି ରାତିରେ ଗିରଫ କରିଛି । ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋଲିସ ଗିରଫ କରିଛି । ଉଦିତଙ୍କ ବିରୋଧରେ ବିଏନଏସ ଧାରା ୬୪(୧), ୧୨୩, ୨୯୬, ୭୪,୩୫୧(୨) ଅଧିନରେ ମାମଲା ରୁଜୁ ହୋଇଛି।
ଉଦିତଙ୍କ ବିରୋଧରେ ୫ଟି ସଙ୍ଗୀନ ଦଫା ଲାଗିଛି। ଆଜି ଉଦିତଙ୍କୁ କୋର୍ଟ ଚାଲାଣ କରିପାରେ ପୋଲିସ। ମାର୍ଚ୍ଚ ୧୮ ତାରିଖରେ ପୀଡ଼ିତା ଜଣଙ୍କ ତାଙ୍କ ବାନ୍ଧବୀ ଓ ସହପାଠୀଙ୍କ ସହ ମିଶି ମାଷ୍ଟରକ୍ୟାଣ୍ଟିନ ଛକକୁ ବୁଲିବାକୁ ଯାଇଥିଲେ। ସେଠାରେ ସହପାଠୀ ଜଣଙ୍କ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ । ଏହାପରେ ଉଦିତଙ୍କ ଗାଡ଼ିରେ ନୂଆପଲ୍ଲୀ ସ୍ଥିତ ଏକ ହୋଟେଲକୁ ଯାଇଥିଲେ ।

