Thu. Oct 23rd, 2025

ନ୍ୟୁଜ ଡେକ୍ସ : ଏମ୍ସର ‘ଭୀଷ୍ମ କ୍ୟୁବ୍’। ବିଶ୍ଵର ସବୁଠୁ ଛୋଟ ଜରୁରୀକାଳୀନ ହସ୍ପିଟାଲ। ବିପର୍ଯ୍ୟୟ ବେଳର ବଇଦ। ୩୬ ବର୍ଗାକାର ଡବା ଭିତରେ ପୁରା ହସ୍ପିଟାଲ୍। ଏହାର ଓଜନ ୭୨୦ କିଲୋଗ୍ରାମ। ଚିକିତ୍ସା ପାଇଁ ରହିଛି ସମସ୍ତ ସ୍ଵାସ୍ଥ୍ୟଭିତ୍ତିକ ସେବା। ଏବେ ରୋଗୀ ଡାକ୍ତରଖାନାକୁ ନୁହେଁ ଦୁର୍ଘଟଣା ଯାଗାକୁ ଯିବ ହସ୍ପିଟାଲ୍। ଏହାକୁ ତିଆରି କରିବା ପାଇଁ ଲାଗିବ ମାତ୍ର ୮ ରୁ ୧୦ ମିନିଟ୍। ଗୋଟିଏ କ୍ୟୁବ୍ରେ ୨୦୦ରୁ ଅଧିକ ଲୋକଙ୍କୁ ମିଳିବ ଚିକିତ୍ସା।

ଏଥିରେ କ୍ୟୁଆର୍ କୋଡ୍ ବି ରହିବ। ଯେଉଁଥିରେ ସ୍କାନ୍ କଲେ ରୋଗୀଙ୍କୁ ମିଳିଯିବ ସମ୍ପୂର୍ଣ୍ଣ ତଥ୍ୟ । ଭୁବନେଶ୍ଵର ଏମ୍ସରେ ପ୍ରଦର୍ଶିତ ହୋଇଛି ଏହି ଭୀଷ୍ମ କ୍ୟୁବ୍। ସେତିକି ନୁହେଁ, ଏହି ଡାକ୍ଟଖାନାରେ ୨୫ ଜଣଙ୍କୁ ଏକ ସମୟରେ ପରୀକ୍ଷା କରାଯାଇପାରିବ। ଏମରଜେନ୍ସି ଠାରୁ ନେଇ ସର୍ଜରୀ, ନିଆଁ ଲାଗିବା, ଯୁଦ୍ଧ, ବନ୍ୟା, ଭୂକମ୍ପ ପୀଡିତ ଲୋକଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ଯୋଗାଇ ଦେବା ଏହି ଡାକ୍ତରଖାନାର ଲକ୍ଷ । ଜୀବନ ରକ୍ଷାକାରୀ ଏଇ ଭୀଷ୍ମ ଡାକ୍ତରଖାନା ପାଇଁ ବନ୍ୟା,ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଲୋକଙ୍କ ଅମୂଲ୍ୟ ଜୀବନ ବଞ୍ଚାଇ ପାରିବ ।ବିଶ୍ୱର ସବୁଠାରୁ ଛୋଟ ଜରୁରୀକାଳୀନ ଭୀଷ୍ମ କ୍ୟୁବ ହସ୍ପିଟାଲ ନିର୍ମାଣ ପାଇଁ ତିନୋଟି କ୍ୟୁବିକଲ ବ୍ୟବହାର କରାଯାଇଛି । ତିନୋଟି କ୍ୟୁବିକଲରେ ରହିଛି ମୋଟ ୩୬ ବାକ୍ସ ।

ପ୍ରତ୍ୟେକ ବାକ୍ସରେ କି କି ସାମଗ୍ରୀ ଥାଏ ତାହା ବାକ୍ସ ଉପରେ ଲେଖା ଥାଏ । ଗୋଟିଏ ଗୋଟିଏ ବାକ୍ସର ଓଜନ ୫ରୁ ୨୦ କେଜି ମଧ୍ୟରେ । ପ୍ରଥମ କ୍ୟୁବିକଲରେ ରହିଛି ଚିକିତ୍ସା ସାମଗ୍ରୀ। ଏଥିରେ ଔଷଧ ଏବଂ ପରୀକ୍ଷଣ ଉପକରଣ ଠାରୁ ଆରମ୍ଭ କରି ଅପରେସନ ଥିଏଟର ପାଇଁ ଆବଶ୍ୟକ ଚିକିତ୍ସା ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ରହିଛି। ଦ୍ୱିତୀୟରେ ରହିଛି ବଞ୍ଚିବା ସାମଗ୍ରୀ ।

ଯେଉଁଥିରେ ଏହି ଡାକ୍ତରଖାନା ପାଇଁ କାମ କରୁଥିବା ଡାକ୍ତର ଓ କର୍ମଚାରୀଙ୍କ ଲାଗି ରୋଷେଇ ଘର, କମ୍ବଳ ଏବଂ ଖାଦ୍ୟ ସାମଗ୍ରୀ ରହିଥାଏ । ତୃତୀୟ କ୍ୟୁବିକଲ ମଧ୍ୟରେ ରହିଛି ଜେନେରେଟର ଏବଂ ସୌର ପ୍ୟାନେଲ ପରି ଅଣ-ଚିକିତ୍ସା ସାମଗ୍ରୀ ।ପ୍ରତ୍ୟେକ ବାକ୍ସରେ ଏକ QR Code ରହିଛି। QR Codeରେ ସ୍କାନ୍ କଲେ କେଉଁ ବାକ୍ସରେ ଔଷଧ ରହିଛି ଏବଂ ସେଗୁଡିକର ଏକ୍ସପାୟାରୀ ଡେଟ କେତେ ଜାଣିହେବ ।

Leave a Reply

Your email address will not be published. Required fields are marked *