ନ୍ୟୁଜ ଡେକ୍ସ : ଓଡ଼ିଶା ସରକାର ପ୍ରମୁଖ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ଆଉ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏଥିସହିତ ଟ୍ରେନିଂରୁ ଫେରିଥିବା ଅନେକ ଯୁବ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାରେ ଉପ ଜିଲ୍ଲାପାଳ ଭାବରେ ନିଯୁକ୍ତି ଦେଇଛନ୍ତି।ସେ ମଧ୍ୟ ଗୃହ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ତଥା ଓଡ଼ିଶା ପଣ୍ୟାଗର ନିଗମର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ ।
ସେହିପରି ସମର୍ଥ ବର୍ମାଙ୍କୁ ଓଡ଼ିଶା ଲଘୁ ଖଣିଜ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି ।ବିଜୟ କେତନ ଉପାଧ୍ୟାୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଦାୟିତ୍ବ ତୁଲାଇବେ । ଆଇଏଏସ ଅଫିସର ଦୀପଙ୍କର ମହାପାତ୍ର ହକି ପ୍ରମୋସନ କାଉନସିଲର ସିଇଓ ଭାବେ ନିଯୁକ୍ତି ହୋଇଛନ୍ତି । ସେହିପରି ୨୦୨୩ ବ୍ୟାଚର ୯ଜଣ ନୂଆ ଆଇଏଏସଙ୍କୁ ସବ କଲେକ୍ଟର ଭାବେ ପ୍ରଥମ ନିଯୁକ୍ତି ଦିଆଯାଇଛି ।୨୦୧୧ ବ୍ୟାଚର ସମର୍ଥ ବର୍ମାଙ୍କୁ ଭୁବନେଶ୍ୱରର ଲଘୁ ଖଣିଜ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି।
ଏହି ପଦବୀ ବର୍ତ୍ତମାନ ଅତିରିକ୍ତ ସଚିବ ସ୍ତରରେ ଉନ୍ନୀତ ହୋଇଛି।୨୦୧୪ ବ୍ୟାଚର ଅଧିକାରୀ ଦୀପଙ୍କର ମହାପାତ୍ରଙ୍କୁ ଓଡ଼ିଶା ହକି ପ୍ରମୋସନ କାଉନସିଲ ସିଇଓ ଭାବରେ ନିଯୁକ୍ତ କରାଯାଇଛି। ତେବେ ଏହି ପଦବୀକୁ ଯୁଗ୍ମ ସଚିବଙ୍କ ସମକକ୍ଷ ଘୋଷଣା କରାଯାଇଛି।ସେହିପରି ୨୦୨୩ ବ୍ୟାଚର ନୂଆ ଆଇଏଏସ୍ ଅଧିକାରୀମାନଙ୍କୁ ଉପ ଜିଲ୍ଲାପାଳ ଭାବରେ ନିଯୁକ୍ତ ହୋଇଛନ୍ତି।

