Thu. Oct 23rd, 2025

ନ୍ୟୁଜ ଡେକ୍ସ : ସବ୍ କଲେକ୍ଟର ଅଫିସରେ ଭିଜିଲାନ୍ସ ଚଢ଼ଉ । ଭିଜିଲାନ୍ସ ଜାଲରେ ଜୁନିଅର ରେଭିନ୍ୟୁ ଅଫିସର JRA। ୩୦ହଜାର ଟଙ୍କା ଲାଞ୍ଚ ନେଲାବେଳେ ମାଡ଼ି ବସିଲା ଭିଜିଲାନ୍ସ । ଜୁନିଅର ରେଭିନ୍ୟୁ ଅଫିସର ସୌରଭ ତ୍ରିପାଠୀ । ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

ସୂଚନାଥାଉକି, ସୌରଭ ତ୍ରିପାଠୀ ଜଣେ ଆବେଦନକାରୀଙ୍କଠାରୁ ଦୀର୍ଘ ଦିନରୁ ଅଟକି ରହିଥିବା ଏକ ସାର୍ଟିଫିକେଟ୍ ମାମଲାର ଫାଇଲ ପ୍ରକ୍ରିୟାକରଣ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ସାର୍ଟିଫିକେଟ ଦେଉ ନଥିଲେ ସୌରଭ ତ୍ରିପାଠୀ ।

ଆବେଦନକାରୀ ଜଣକ ବାଧ୍ୟ ହୋଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।ଏହାପରେ ଭିଜିଲାନ୍ସ ଦଳ ଆଜି ସୌରଭ ତ୍ରିପାଠୀଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଥିଲେ ଓ ଲାଞ୍ଚ ଟଙ୍କା ଅଭିଯୁକ୍ତଙ୍କ ନିକଟରୁ ଜବତ କରିଥିଲେ ।

Leave a Reply

Your email address will not be published. Required fields are marked *