ନ୍ୟୁଜ ଡେକ୍ସ : ଦକ୍ଷିଣ ବାଂଲାଦେଶ ଏବଂ ଏହାର ଆଖପାଖ ଅଞ୍ଚଳର ବାୟୁ ମଣ୍ଡଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଯାହାର ଉତ୍ତର ଆଭ୍ୟନ୍ତରଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ବିଭାଗ ।
ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ ଅନେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସହ ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ବର୍ଷା ସହ ବିଜୁଳି ଘଡଘଡି ଓ ଘଣ୍ଟା ପ୍ରତି ୩୦ ରୁ ୩୫ କିମି ବେଗରେ ପବନ ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏଥିପାଇଁ ଅନେକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବୁଧବାର ରାଜ୍ୟର ୧୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମଙ୍ଗଳବାର ଟିଟିଲାଗଡ଼ରେ ୩୯ମିମି, ଭୁବନେଶ୍ୱରରେ ୩୭.୪ ମିମି, ନୂଆପଡ଼ାରେ ୨୩, ବଲାଙ୍ଗିରରେ ୨୨.୨, ଖୋର୍ଦ୍ଧାରେ ୧୨, ଚାନ୍ଦବାଲି, ଖୋର୍ଦ୍ଧାରେ ୧୨ ଓ ଛତ୍ରପୁରରେ ୧୦.୬ ମିମି ବର୍ଷା ରେକର୍ଡ ହୋଇଛି।
