ନ୍ୟୁଜ ଡେକ୍ସ : ଟ୍ରକ୍ କୁ ପଛରୁ ପିଟିଲା OSAP ସେକେଣ୍ଡ ବାଟାଲିଅନ ଯବାନଙ୍କୁ ନେଇ ଯାଉଥିବା ଟ୍ରାଭେଲର। ୧୩ ଯବାନ ଆହତ। ଶନିବାର ଭୋର୍ ପ୍ରାୟ ୪ଟା ୪୦ରେ ଅନୁଗୁଳ ୫୫ନଂ ଜାତୀୟ ରାଜପଥ ମୁଣ୍ଡାସାହି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।
ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳର ଏନଏଚ୍ ୫୫ ଜରପଡ଼ା ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଝାରସୁଗୁଡ଼ାରୁ ଭୁବନେଶ୍ବର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
ଓଏସଏପି ସେକେଣ୍ଡ ବାଟାଲିଅନ ଯବାନଙ୍କୁ ନେଇ ଯାଉଥିଲା ଏହି ଭ୍ୟାନ୍।ତେବେ ଆହତ ୧୩ ଜଣଙ୍କ ମଧ୍ୟରୁ ୭ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
