Thu. Oct 23rd, 2025

ନ୍ୟୁଜ ଡେକ୍ସ : ଗୋଟିଏ ପଟେ ମାଓ ସଂଗଠନ ଭୁଶୁଡୁଛି । ମାଓବାଦୀଙ୍କ ଉପରେ ହେଉଛି ପ୍ରଚଣ୍ଡ ପ୍ରହାର । ଅନେକ ବଡ ବଡ ମାଓନେତା ମରି ହଜି ଗଲେଣି । ଆଉ କେତେ ଭୟରେ ଆତ୍ମସମର୍ପଣ ବି କଲେଣି । ତଥାପି ମାଓବାଦୀଙ୍କ ମୁହଁ ତୋଡ ଭାଙ୍ଗୁନି । ଲୁଚିଛପି ଆକ୍ରମଣ କରିବାକୁ ପଛାଉନାହାନ୍ତି ।

ସହିଦ ସପ୍ତାହରେ ପୁଣି ମାତିଛନ୍ତି ମାଓବାଦୀ ।ରବିବାର ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରି ରେଲଓ୍ବେ ଟ୍ରାକ ଉଡ଼ାଇ ଦେଇଛନ୍ତି। ସୁନ୍ଦରଗଡ ଜିଲ୍ଲା ବଣାଇ ସ୍ଥିତ ବିମଳାଗଡ଼ ସେକ୍ସନ କରମପଦା-ରେଞ୍ଜଡ଼ା ମଝିରେ ଏହି ବିସ୍ଫୋରଣ ହୋଇଛି ।ବିସ୍ପୋରଣରେ ଦୁଇଟି ସ୍ଲିପର ବାହାରି ଯାଇଛି ଓ ଟ୍ରାକରେ ଖାତ ସୃଷ୍ଟି ହୋଇଛି । ଏଥିରେ ଜଣେ ରେଲଓ୍ବେ କର୍ମଚାରୀ ଗୁରୁତର ହୋଇଛନ୍ତି।

ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।ଖବର ପାଇ ଆରପିଏଫ, ସିଆରପିଏଫ୍ ଯବାନ ଓ ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ରେଳ ଧାରଣାରେ ତନ୍ନ ତନ୍ନ କରି ଅନୁଧ୍ୟାନ ପରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ରକ୍ସି,ଟୋପାଡିହି,ବିମଳାଗଡ ଓ କିରିବୁରୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Leave a Reply

Your email address will not be published. Required fields are marked *