ନ୍ୟୁଜ ଡେକ୍ସ : ଫକୀରମୋହନ (ଏଫ୍ଏମ୍) ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ମାମଲାରେ କ୍ରାଇମବ୍ରାଞ୍ଚ ରବିବାର ରାତିରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆତ୍ମାହୁତିର ୨୦ ଦିନ ପରେ କ୍ରାଇମବ୍ରାଞ୍ଚ ଏହି କଲେଜ୍ର ୨ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଗିରଫ ଛାତ୍ର ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ ।ଉଭୟ ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଇଥିବା ନେଇ ସୂଚନା ମିଳିଛି। ମୋଟ୍ ଗିରଫଦାରୀ ସଂଖ୍ୟା ୪କୁ ପହଞ୍ଚିଛି। ଛାତ୍ରୀଙ୍କ ଆତ୍ମାହୁତିର ୨୦ ଦିନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଛାତ୍ରୀଙ୍କୁ ଆତ୍ମାହୁତି ଉଦ୍ୟମରେ ସହଯୋଗ କରିଥିଲେ ଏହି ଛାତ୍ର।
ବାଲେଶ୍ୱର ଏଫଏମ କଲେଜରେ ଜଣେ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତିତ ହୋଇ ଜଣେ ଛାତ୍ରୀ ନ୍ୟାୟ ନପାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଆଉ ପ୍ରାଣ ହରାଇଥିଲେ। ଏହି ଘଟଣାରେ କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କୁ ଗିରଫ କରାଯାଇଥିଲା। ଏବେ ଏହି ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରାଯାଇଛି। ଏ ସେହି ଜ୍ୟୋତି ପ୍ରକାଶ ଯିଏ ପୀଡ଼ିତାଙ୍କ ଦେହରୁ ନିଆଁ ଲିଭାଇବାକୁ ପ୍ରୟାସ କରି ଆହତ ହୋଇଥିଲେ।
