Sun. Feb 22nd, 2026

ନ୍ୟୁଜ ଡେକ୍ସ : ମହିଳାମାନେ ରାତିରେ ବିଭିନ୍ନ ଘରୋଇ ପ୍ରତିଷ୍ଠାନ କିମ୍ବା ବ୍ୟବସାୟିକ କେନ୍ଦ୍ରରେ କାର୍ଯ୍ୟ କରିପାରିବେ । ରାଜ୍ୟରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ-୧୯୫୬ରେ କେତେକ ପରିବର୍ତ୍ତନ କରିଛନ୍ତି ।

ରାତିରେ କାମ କରିବାକୁ ଇଚ୍ଛୁକ ମହିଳା କର୍ମଚାରୀଙ୍କ ସମ୍ମତି ଲିଖିତ ଭାବରେ ନିଆଯିବ । ରାତିରେ ଯେଉଁ ଡ୍ରାଇଭର ରହିବେ ତାଙ୍କର ବାୟୋଡାଟା ଏବଂ ପୋଲିସ ଭେରିଫିକେସନ୍ ଥିବା ଆବଶ୍ୟକ। ସେହିଭଳି ମହିଳାଙ୍କୁ ୱାସ୍ ରୁମ ଏବଂ ପିଇବା ପାଣି ଯୋଗାଇ ଦେବ ସଂସ୍ଥା।

ସିଟିଟିଭ ସର୍ଭେଲାନ୍ସରେ ରହିବେ ମହିଳା କର୍ମଚାରୀ। ରାତିରେ କେହି କିଶୋର କର୍ମଚାରୀ କାମ କରିବେ ନାହିଁ। ଏହା ନିଶ୍ଚିତ କରିବେ ସଂପୃକ୍ତ ସଂସ୍ଥା। ମହିଳା କର୍ମଚାରୀଙ୍କ ନିଯୁକ୍ତି ବଢ଼ାଇବାକୁ ଏହି ପଦକ୍ଷେପ ନିଆଯାଇଛି।

Leave a Reply

Your email address will not be published. Required fields are marked *