Thu. Oct 23rd, 2025

ନ୍ୟୁଜ ଡେକ୍ସ :ଖୁବଶୀଘ୍ର ପୂରଣ ହେବ ୨୨ ହଜାର ୮୯୬ ପଦବୀ । ଏ ନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଜାରି କରାଯାଇଛି କଡ଼ା ନିର୍ଦ୍ଦେଶ ।୧୦ ବିଭାଗର ଗ୍ରୁପ୍-ସି ପଦ ପୂରଣ ପାଇଁ ସଚିବଙ୍କ ନିର୍ଦ୍ଦେଶ । ଖୁବଶୀଘ୍ର ନିଯୁକ୍ତି ଦିଆଯିବା ନେଇ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିବା ସୂଚନା ।

ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ସାରିବାକୁ ସଚିବ ଦେଇଛନ୍ତି ପରାମର୍ଶ । ଖାଲି ପଡ଼ିଥିବା ପଦବୀ ମଧ୍ୟରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସର୍ବାଧିକ ୮ ହଜାର୩୫୮, ପଞ୍ଚାୟତିରାଜ ବିଭାଗର ୪ ହଜାର ୪୨, ସ୍ୱାସ୍ଥ୍ୟ ବିଭାଗର ୩ ହଜାର ୬୭୭ ଟି ଏବଂ ସ୍ବାସ୍ଥ୍ୟ ବିଭାଗରେ ୩,୬୭୭ଟି ପଦବୀ ପୂରଣ କରାଯିବ। ୧୦ଟି ବିଭାଗରେ ୪୪ ହଜାର୯୦୯ଟି ଗ୍ରୁପ ସି ପଦବୀ ଖାଲି ପଡ଼ିଥିବା ବେଳେ ୨୨ ହଜାର ୮୯୬ ପଦବୀ ପୂରଣ ପାଇଁ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଏହି ନିଯୁକ୍ତି ପ୍ରକ୍ରିୟା ରାଜ୍ୟରେ ବେକାରୀ ସମସ୍ୟା ହ୍ରାସ କରିବା ସହିତ ବିଭିନ୍ନ ବିଭାଗରେ ସେବାର ଗୁଣବତ୍ତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ବିଭାଗକୁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ କୁହାଯାଇଛି। ଏହି ଘୋଷଣା ରାଜ୍ୟର ବେକାର ଯୁବକମାନଙ୍କ ମଧ୍ୟରେ ଆଶାର ସଞ୍ଚାର କରିଛି।

Leave a Reply

Your email address will not be published. Required fields are marked *