ନ୍ୟୁଜ ଡେକ୍ସ :ସଚିବସ୍ତରୀୟ ବୈଠକରେ ୧୦ଟି ଦିଗ ଉପରେ ଫୋକସ ଦିଆଯାଇଛି। ୧୦ ଦିଗକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଣିକି ରାଜ୍ୟର ସବୁ ଅଫିସରେ ଲାଗିବ ଏଆଇ କ୍ୟାମେରା। ଖାରବେଳ ନଗର ଓ ଲୋକସେବା ଭବନରେ ଏଆଇ କ୍ୟାମେରା ଲାଗିବ। ନିର୍ଦ୍ଧାରିତ ସମୟରେ ଅଫିସ ଆସିବା ଉପରେ ଗୁରୁତ୍ୱ ଦିଆଯାଇଛି।
ସେହିପରି ସିଏମଓଙ୍କ ଅଫିସରୁ ଆସୁଥିବା ୟୁଆଇ ନୋଟ୍ର ତୁରନ୍ତ ଉତ୍ତର ସହ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟରେ ଅଧିକାରୀମାନେ ଅଫିସ୍ ଆସିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ସେହିପରି ଅଫିସରଙ୍କୁ ଫିଲ୍ଡ ଭିଜିଟ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ହୋଇଛି। ଏନ୍ଫୋର୍ସମେଣ୍ଟ ଉପରେ ସରକାରଙ୍କ ଗୁରୁତ୍ବ ବୋଲି ବୈଠକରେ କୁହାଯାଇଛି।ଅନ୍ୟପଟେ ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ହୋଇଛି। ସୁପ୍ରଦର୍ଶନରେ ସୁଧାର ନଆସିଲେ ଆଗୁଆ ଅବସରରେ ଗୁରୁତ୍ୱ ଦିଆଯିବ।
ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବର ଅନୁଧ୍ୟାନ କରିବାକୁ ବୈଠକରେ କୁହାଯାଇଛି। ଅକ୍ଟୋବର ମାସରୁ ଆରମ୍ଭ ହେବ ସିଏମ ଡ୍ୟାସ୍ ବୋର୍ଡ। କେନ୍ଦ୍ରୀୟ ସ୍କିମ ପ୍ରତିମାସ ୭ ତାରିଖରେ ଜିଲ୍ଲାପାଳ ସମୀକ୍ଷା କରିବେ। ୨ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଓ ରାଜସ୍ୱ ବିଭଗ ସମୀକ୍ଷା କରିବେ। ସବୁ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ବ ଦେବେ ବୋଲି କୁହାଯାଇଛି।
