Thu. Apr 16th, 2026

ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ବ ପରିକ୍ରମା ମାର୍ଗରେ ଧମକପୂର୍ଣ୍ଣ ଲେଖାକୁ ନେଇ ବଢୁଛି ଚର୍ଚ୍ଚା । ତେବେ ପୁରୀକୁ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ଦିଆଯାଇଛି । କେହି ଅସାମାଜିକ ଦୁର୍ବୃତ୍ତ ଏଭଳି କରିଥିବା ନେଇ ଆଶଙ୍କା କରାଯାଉଛି । ଆତଙ୍କବାଦୀ ମନ୍ଦିର ଭାଙ୍ଗିବେ ବୋଲି ଲେଖାଯାଇଛି ।

ପ୍ରକାଶଥାଇକି, ସେହି ସ୍ଥାନରେ ମୋଦୀଙ୍କ ନାମ ମଧ୍ୟ ଦେଖାଯାଇଛି । ତେବେ ସୂଚନା ମୁତାବକ, ମନ୍ଦିର କାନ୍ଥରେ ଆତଙ୍କବାଦୀ ମନ୍ଦିର ଭଙ୍ଗିବେ ବୋଲି ଏହି ଲେଖାରେ ଉଲ୍ଲେଖ ରହିଛି। ମନ୍ଦିର ଭାଙ୍ଗିବେ ଆତଙ୍କବାଦୀ ବୋଲି ଦୁଇଟି ସ୍ଥାନରେ କଡା ଚେତାବନୀ ଦେଇ ହାତରେ କେହି ଲେଖିଥିବା ନଜରକୁ ଆସିଛି।

ବାଲି ସାହି ପ୍ରବେଶ ପଥ ଠିକ୍ ଡାହାଣ ପଟେ ଥିବା ବୁଢ଼ୀ ମା ଠାକୁରାଣୀଙ୍କ କାନ୍ଥରେ କେହି ଦୃର୍ବୁତ୍ତ ଏଭଳି ଧମକପୂର୍ଣ୍ଣ ଲେଖା ଲେଖିଛି।ତେବେ ପୋଲିସ ଏହି ଘଟଣାରେ କଣ କରୁଛି ବୋଲି ପ୍ରଶ୍ନ କରୁଛନ୍ତି ଭକ୍ତ । କାରଣ ପରିକ୍ରମା ମାର୍ଗରେ ଏକାଧିକ ସିସିଟିଭି ଲାଗିଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା କାହିଁକି କାର୍ଯ୍ୟାନୁଷ୍ଠାନ ନେଇନାହିଁ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *