ନ୍ୟୁଜ ଡେକ୍ସ : ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ୍) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭିସୁଟ୍ ପକ୍ଷରୁ କ୍ୟାମ୍ପସ୍ରେ ବାଧ୍ୟତାମୂଳକ ଡ୍ରେସ୍ କୋଡ୍ ଲାଗୁ କରାଯାଇଛି।
ସୁରକ୍ଷା ଏବଂ ନିରାପତ୍ତା ଦୃଷ୍ଟିରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହି ଡ୍ରେସ୍ କୋଡ୍ ଲାଗୁ ହୋଇଛି। ତେବେ ଏହି ନିର୍ଦ୍ଦେଶାନାମା ଅନୁଯାୟୀ, ସ୍ନାତକୋତ୍ତର ଏବଂ ପିଏଚଡି ଛାତ୍ରମାନଙ୍କୁ ବାଦ ଦେଇ ଛାତ୍ର ଏବଂ ଛାତ୍ରୀ ଉଭୟଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ୟୁନିଫର୍ମ ବାଧ୍ୟତାମୂଳକ କରାଯାଇଛି। ଯେଉଁଥିରେ ଛାତ୍ରମାନେ ଏକ ଆନୁଷ୍ଠାନିକ ନେଭି ବ୍ଲୁ ସାର୍ଟ ଏବଂ ନେଭି ବ୍ଲୁର ପ୍ୟାଣ୍ଟ ପିନ୍ଧିବେ । ସେହିପରି ଛାତ୍ରୀମାନେ ମଧ୍ୟ ନେଭି ବ୍ଲୁ ସାର୍ଟ ଏବଂ ପ୍ୟାଣ୍ଟ କିମ୍ବା ନେଭି ବ୍ଲୁର ସାଲୱାର-କମିଜ୍ ସହ ଏକ ଓ୍ବେଷ୍ଟ କୋର୍ଟ ପିନ୍ଧି ପାରିବେ । ତେବେ ସୁରକ୍ଷା ଦୃଷ୍ଟିରୁ ଛାତ୍ରୀ ମାନଙ୍କୁ ଓଢଣୀ ପରିଧାନ କରିବା ବାରଣ କରାଯାଇଛି ।
ଏଥିସହିତ କଲେଜ ଦ୍ବାରା ଜାରି ହୋଇଥିବା ନୋଟିସ୍ ଦ୍ବାରା ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ କଲେଜ ୟୁନିଫର୍ମର ରଙ୍ଗ ସମସ୍ତ ପ୍ୟାଣ୍ଟ, ସାଲୱାର ଏବଂ ଓ୍ବେଷ୍ଟକୋଟ୍ ନାଭି ବ୍ଲୁ ରଙ୍ଗର ହେବା ଆବଶ୍ୟକ, ଯେତେବେଳେ କି ସମସ୍ତ ସାର୍ଟ ଆକାଶୀ ନୀଳ ରଙ୍ଗର ହେବା ଆବଶ୍ୟକ । ଏଥିସହିତ କଲେଜ ପରିସରରେ ଜିନ୍ସ ଏବଂ ଦୁପଟା ପିନ୍ଧିବାକୁ କଡ଼ା ନିଷେଧ ଜାରି କରାଯାଇଛି ।
ପ୍ରଶାସନ ଦୁପଟା ନିଷେଧ କରିବାର କାରଣ ଭାବରେ ସୁରକ୍ଷା ଚିନ୍ତାକୁ ଦର୍ଶାଇଛି ।ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଅଗଷ୍ଟ ୨୦୨୫ ଶେଷ ସୁଦ୍ଧା ସେମାନଙ୍କର ୟୁନିଫର୍ମ ପ୍ରସ୍ତୁତ କରିବା ସହ ଏବଂ ନିୟମ ପାଳନ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛି କଲେଜ ପ୍ରଶାସନ । ସରକାରୀ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ରଙ୍ଗଗୁଡ଼ିକ ବିଶ୍ୱବିଦ୍ୟାଳୟର ନୋଟିସ୍ ବୋର୍ଡରେ ପ୍ରଦର୍ଶିତ ନମୁନା ସହିତ ପାଖାପାଖି ମେଳ ଖାଉଥିବା ଉଚିତ ।
