Sat. Feb 21st, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଟ୍ରେନ ଟଏଲେଟରୁ ମିଳିଲା ମୃତଦେହ। ଦିଲ୍ଲୀ-ଭୁବନେଶ୍ୱର ଦୁରନ୍ତ ଏକ୍ସପ୍ରେସରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି।

ମୃତକ ଜଣକ ଉତ୍ତର ପ୍ରଦେଶର ଶିବ କୁମାର ବୋଲି ଚିହ୍ନଟ କରାଯାଇଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ରେଳ ଷ୍ଟେସନର ୱାସିଂ ଲାଇନରେ ଟ୍ରେନଟି ଠିଆ ହୋଇଥିବା ସମୟରେ ମୃତଦେହଟି ଠାବ ହୋଇଥିଲା। ରେଳ କର୍ମଚାରୀମାନେ କୋଚର ଗୋଟିଏ ଶୌଚାଳୟ ବନ୍ଦ ଥିବା ଦେଖି ସନ୍ଦେହ କରିଥିଲେ।

କବାଟ ଖୋଲିବା ପରେ ଏକ ମୃତଦେହ ପଡ଼ିଥିବା ଦେଖିଥିଲେ କର୍ମଚାରୀମାନେ।ତେବେ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଅପରପକ୍ଷରେ ଏହା ଦୁର୍ଘଟଣା, ଆତ୍ମହତ୍ୟା କିମ୍ବା ହତ୍ୟା ତାହା ଜାଣିବା ପାଇଁ ଜିଆରପି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *