Thu. Oct 23rd, 2025

ନ୍ୟୁଜ ଡେକ୍ସ : ଭୁବନେଶ୍ୱର ଏବଂ ପରେ ନୂଆଦିଲ୍ଳୀ ଏମ୍ସରେ ଚିକିତ୍ସା ହେଉଥିଲେ ବଳଙ୍ଗାର ନାବାଳିକା ପୀଡିତା । ତାଙ୍କଠାରୁ ବୟାନ ସଂଗ୍ରହ କରାଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଘଟଣାକୁ ଅତ୍ୟନ୍ତ ଗୁରୁତର ଭାବେ ଗ୍ରହଣ କରାଯାଇଥିବା ନେଇ ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସ୍ପି ପିନାକ ମିଶ୍ର ।

ସେ ଆହୁରି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ନାବାଳିକାର ଫଟୋ ଭାଇରାଲ୍‌ ହୋଇପାରିବନି । ତେଣୁ ତଦନ୍ତ ପାଇଁ ସାଇବର କ୍ରାଇମ ବିଭାଗକୁ ଦାୟିତ୍ବ ଦିଆଯାଇଥିବା ପୁରୀ ଏସପି ପିନାକ ମିଶ୍ର କହିଛନ୍ତି । କାଲି ସୋସିଆଲ ମିଡିଆରେ ପୀଡ଼ିତାଙ୍କ ବୟାନ ରେକର୍ଡ ଭାଇରାଲ୍‌ ହୋଇଥିଲା ।ତଦନ୍ତ ସରିନଥିବା ବେଳେ ଏହି ଭିଡିଓ କୌଣସି ସୋସିଆଲ ମିଡିଆରେ ଭାଇରାଲ ହେବା କଥା ନୁହେଁ ।

ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଯେଉଁ ବୟାନ ଦେଇଛନ୍ତି ପିଡିତା ଭୁବନେଶ୍ୱର ଏମ୍ସକୁ ସିପ୍ଟ ହେଉଥିବା ଦିନ ସମାନ ବୟାନ ଦେଇଥିଲେ ।ଗତକାଲି ମଧ୍ୟ ଏସମ୍ପର୍କରେ ମତ ରଖି ପୁରୀ ଏସପି କହିଥିଲେଯେ, ସୋସିଆଲ ମିଡିଆରେ ଯଦି ଏହିଭଳି କିଛି ଭିଡିଓ ଭାଇରାଲ ହେଉଛି ସେଥିପ୍ରତି ଧ୍ୟାନ ନଦେବାକୁ । ଯେହେତୁ ପିଡିତା ଜଣେ ନାବାଳିକା ଏବଂ ଏହିଭଳି କଣ୍ଟେଣ୍ଟକୁ ସୋସିଆଲ ମିଡିଆରେ ଭାଇରାଲ କରନ୍ତୁ ନାହିଁ ବା ଭାଇରାଲ କରିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *