Thu. Oct 23rd, 2025

ନ୍ୟୁଜ ଡେକ୍ସ : ଆର୍ଥିକ ରାଜଧାନୀ ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ସ୍ଥିତି ବେହାଲ। ପାଣିପାଗ ବିଭାଗ ରାଜ୍ୟର ଅନେକ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରିଛି। ଏହା ଅନୁସାରେ ଆଗାମୀ ସମୟରେ ଗମ୍ଭୀର କିମ୍ବା ଅତ୍ୟନ୍ତ ବିପଜ୍ଜନକ ପାଗ ସୃଷ୍ଟି ହୋଇପାରେ। ଲୋକମାନେ ରେଡ୍ ଆଲର୍ଟରେ ବାହାରକୁ ଯିବାକୁ ମନା କରାଯାଇଛି।

ପ୍ରବଳ ବର୍ଷା ଫଳରେ ଦେଶର ଆର୍ଥିକ ସହରର ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । IMD ପକ୍ଷରୁ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳ, ପାଇଁ ରେଡ୍ ଆଲର୍ଟ ଜାରି କରିଛି। ପ୍ରବଳ ବର୍ଷା ଯୋଗୁଁୱେଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇୱେରେ ଜାମ୍ ଲାଗି ରହିଛି। ସବୁ ଟ୍ରେନ ବିଳମ୍ବରେ ଚାଲିଛି। ଫଳରେ ଗମନାଗମନ ପ୍ରଭାବିତ ହୋଇଛି।ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଆପତ୍ତକାଳୀନ ସେବାଗୁଡିକୁ ସତର୍କ ରହିବା ପାଇଁ କୁହାଯାଇଛି। ଆବଶ୍ୟକ ନହେଲେ ଘରୁ ନବାହାରିବାକୁ ଆଡଭାଇଜରି ଜାରି କରାଯାଇଛି। ଏ ସମ୍ପର୍କରେ ବୃହତନଗର ମ୍ୟୁନିସିପାଲ କର୍ପୋରେସନର ଲୋକସମ୍ପର୍କ ଅଧିକାରୀ (ପିଆରଓ) ସୂଚନା ଦେଇଛନ୍ତି। ସହରର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ପାଣି ଜମି ରହିବା ଯୋଗୁଁ ଅନ୍ଧେରୀ ସବୱେ ବନ୍ଦ ହୋଇଯାଇଛି ।

Leave a Reply

Your email address will not be published. Required fields are marked *