ନ୍ୟୁଜ ଡେକ୍ସ : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ । ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ପ୍ରଭାତ । ଅନାସ୍ଥା ପ୍ରସ୍ତାବ ଭୋଟିଂ ପୂର୍ବରୁ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ପ୍ରଭାତ । ତେବେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ସାନଭାଇ ପ୍ରଭାତ ବଳବନ୍ତରାୟ ଧର୍ମଶାଳା ବ୍ଲକର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ।
ଧର୍ମଶାଳାରେ ବିକାଶ କାମରେ ସମସ୍ୟା ହେଉଥିବା ଅଭିଯୋଗ କରି ଗତ ଅଗଷ୍ଟରେ 20 ଜଣ ସରପଞ୍ଚ, 18 ଜଣ ସମିତିସଭ୍ୟଙ୍କ ସମେତ 38ଜଣ ପଞ୍ଚାୟତ ପ୍ରତିନିଧି ପ୍ରଭାତଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ 20 ଜଣ ସରପଞ୍ଚ, 18ଜଣ ସମିତିସଭ୍ୟଙ୍କ ସମେତ 38ଜଣ ପଞ୍ଚାୟତ ପ୍ରତିନିଧିଙ୍କ ଦସ୍ତଖତ ଯାଞ୍ଚ ପରେ ଆସନ୍ତା 22 ତାରିଖ ଦିନ ଅନାସ୍ଥା ଉପରେ ଭୋଟିଂ ପାଇଁ ବିଜ୍ଞପ୍ତି ଜାରି କରିଥିଲେ l
ତେବେ ଏହା ପୂର୍ବରୁ ପ୍ରଭାତ ବଳବନ୍ତରାୟ ନିଜର ବ୍ୟକ୍ତି ଗତ ସମସ୍ୟା ଦର୍ଶାଇ ନିଜର ଇସ୍ତଫା ପତ୍ର ଧର୍ମଶାଳା ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି ।ଧର୍ମଶାଳାରେ ବିକାଶ କାମରେ ସମସ୍ୟା ହେଉଥିବା ଅଭିଯୋଗ କରି ଅଗଷ୍ଟ ୧୧ ତାରିଖରେ ୩୮ରୁ ଅଧିକ ସମିତି ସଭ୍ୟ ଓ ସରପଞ୍ଚ ପ୍ରଭାତଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ତେବେ ସେ ଆଜି ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ।
