Thu. Oct 23rd, 2025

ନ୍ୟୁଜ ଡେକ୍ସ : ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ‘ଆମ ବସ୍’। ୧୬ନଂ ଜାତୀୟ ରାଜପଥ ଗଡ଼ ଖୋର୍ଦ୍ଧା ଛକ ନିକଟରେ ‘ଆମ ବସ୍’ରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସୂଚନାଥାଉକି, ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରାସ୍ତାମଝିରେ ଆମ ବସ ଜଳିଗଲା । ସୌଭାଗ୍ୟବଶତଃ ଅଘଟଣରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ବସ୍ ଭିତରୁ ସବୁ ଯାତ୍ରୀ ସୁରକ୍ଷିତ ବାହାରି ଯାଇଥିବା ସୂଚନା ରହିଛି ।ସେହିପରି ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି ।

ଘାଟି ତଳକୁ ଖସି ପଡିଛି ଭ୍ୟାନ୍‌ । ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଆହତ । କୁଡୁମୁଲୁଗୁମ୍ମା ସାପ୍ତାହିକ ହାଟକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଛି । ଗାଡ଼ିରେ ୨୫ ଜଣ ଥିଲେ ।

Leave a Reply

Your email address will not be published. Required fields are marked *