ନ୍ୟୁଜ ଡେକ୍ସ : ସ୍ଥଗିତ ରହିଲା ସ୍ବତନ୍ତ୍ର ଓଟିଇଟି । ଅଗଷ୍ଟ ୩୧ରେ ହୋଇଥାଆନ୍ତା ସ୍ବତନ୍ତ୍ର ଓଟିଇଟି । ପରୀକ୍ଷା ସ୍ଥଗିତ ନେଇ ବୋର୍ଡ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଅନିବାର୍ଯ୍ୟ କାରଣ ବଶତଃ ପରୀକ୍ଷା ସ୍ଥଗିତ ରଖାଯାଇଥିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।
ଏଥିସହ ଖୁବ୍ ଶୀଘ୍ର OTET ପରୀକ୍ଷା ହେବ ବୋଲି ଜଣାଇଛି ବୋର୍ଡ । ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ହେବ ।ସୂଚନାଥାଉକି, ଜୁଲାଇ ୨୦ରେ ହେବାକୁ ଥିବା ସ୍ପେଶାଲ OTET ପରୀକ୍ଷା ବାତିଲ୍ ହୋଇଥିଲା ।
ତେବେ ପ୍ରଶ୍ନପତ୍ର ଲିକ୍ କାରଣରୁ ସ୍ବତନ୍ତ୍ର OTET ପରୀକ୍ଷା ସ୍ଥଗିତ ହୋଇଥିଲା ।ଏହାପରେ + ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ OTET ପରୀକ୍ଷା ହେବା ନେଇ ବୋର୍ଡ ପକ୍ଷରୁ ଗତ ଅଗଷ୍ଟ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
